ରାଉରକେଲା : ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗରେ ଅଧ୍ୟାପକ ଗିରଫ।। ଘଟଣାର ଅଧିକ ତଦନ୍ତ ପାଇଁ ଆଶ୍ରା ସଙ୍ଗଠନ ଏସପି ଙ୍କୁ ଭେଟିଲେ।
ରାଉରକେଲା : ୫/୧୦(ସତ୍ୟାନ୍ୟୁଜ) ଜଣେ କଲେଜ ଛାତ୍ରୀଙ୍କୁ ଅସଦାଚଣ କରିଥିବା ଅଭିଯୋଗରେ ଉକ୍ତ କଲେଜ ର ଜଣେ ଚୁକ୍ତି ଭିତ୍ତିକ ଅଧ୍ୟାପକ ଗିରଫ ହୋଇଛନ୍ତି। ଉକ୍ତ ଅଧ୍ୟାପକଙ୍କୁ ଗିରଫ କରିଛନ୍ତି ରାଉରକେଲା ରଘୁନାଥପାଲି ଥାନା ପୋଲିସ । ଗିରଫ ଅଭିଯୁକ୍ତ ଅଧ୍ୟାପକ ୩୯ ବର୍ଷୀୟ ପ୍ରକାଶ କୁମାର ସାହୁ ସହରର ଏକ ପ୍ରତିଷ୍ଠିତ କଲେଜରେ ଅଧ୍ୟାପକ ଭାବେ ନିଯୁକ୍ତି ପାଇଥିଲେ। ଏହି ଘଟଣାର ଅଧିକ ତଦନ୍ତ ପାଇଁ ଆଜି ‘ ଆଶ୍ରା ‘ ସଙ୍ଗଠନ ପକ୍ଷରୁ ରାଉରକେଲା ଏସପି ଙ୍କୁ ଭେଟି ନିବେଦନ କରାଯାଇଛି।
ସୂଚନା ଅନୁଯାୟୀ ଗତ ଜାନୁଆରୀ ମାସରେ ଏହି କଲେଜ ର ଏକ ପ୍ରତିନିଧି ଦଳ ପୁରୀ ରେ ଆୟୋଜିତ ଗ୍ଲୋରି ଫେଷ୍ଟ୍ ରେ ଅଂଶଗ୍ରହଣ କରିବାକୁ ଯାଇଥିଲେ। ଏହି ଟିମ୍ ରେ ସଂପୃକ୍ତ ଅଧ୍ୟାପକ ଏବଂ ପୀଡ଼ିତା ଛାତ୍ରୀ ସାମିଲ ଥିଲେ। ଫେଷ୍ଟ ଚାଲିଥିବା ବେଳେ ଛାତ୍ରୀଙ୍କ ଏକୁଟିଆ ର ସୁଯୋଗ ନେଇ ଅଧ୍ୟାପକ ଜଣକ ଅସଦାଚଣ କରିଥିଲେ। ରାଉରକେଲା ଫେରିବା ପରେ ଛାତ୍ରୀ ଜଣକ ଏ ବାବଦରେ କଲେଜ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ଏହି ଗୁରୁତର ଅଭିଯୋଗକୁ କଲେଜ କର୍ତ୍ତୃପକ୍ଷ ଅନ୍ତରୀଣ ଯାଞ୍ଚ କମିଟି କୁ ପଠାଇ ଦେଇଥିଲେ। କମିଟିର ତଦନ୍ତ ରିପୋର୍ଟ ରେ ବିଳମ୍ବ ଏବଂ ନ୍ୟାୟ ପାଇବାରୁ ବଞ୍ଚିତ ହେବାରୁ ଛାତ୍ରୀ ଜଣକ ରଘୁନାଥ ପାଲି ଥାନାରେ ଏତେଲା ଦେଇଥିଲେ। ପୋଲିସ ଏକ ମାମଲା ରଜ୍ଜୁ କରି ଅଭିଯୁକ୍ତ ଅଧ୍ୟାପକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ଅନ୍ୟପକ୍ଷରେ ଏହି ଘଟଣାର ଗୁରୁତ୍ବ ଦୃଷ୍ଟିରୁ ଆଜି ସହରର ଅନ୍ୟ ତମ ଅଗ୍ରଣୀ ସାମାଜିକ ସଙ୍ଗଠନ ‘ ଆଶ୍ରା ‘ ର ଅଧ୍ୟକ୍ଷା ମିନତୀ ଦେବତାଙ୍କ ନେତୃତ୍ଵ ରେ ଏକ ଟିମ୍ ରାଉରକେଲା ଏସପି ଙ୍କୁ ଭେଟି ଘଟଣାର ଡିଟେଲ୍ ତଦନ୍ତ ପାଇଁ ନିବେଦନ କରିଥିଲେ। ୧୦ ମାସ ହେଲା ଘଟଣା ଘଟିଥିଲେ ମଧ୍ୟ କିଏ ଏହାକୁ ଚାପି ଦେବାକୁ ଉଦ୍ୟମ କରିଥିଲେ ତା ତଦନ୍ତ ପରେ ଜଣା ପଡ଼ିବ ବୋଲି ମିନତୀ କହିଛନ୍ତି।