ବଣାଇ : ସାନଜଲ୍ ଛେଳିଆଟୋକା ପାହାଡ ବାସସ୍ଥଳୀ ରୁ ଗାଁ ପରିଭ୍ରମଣ ରେ ବାହାରିଲେ ମା’ କନ୍ଥ ଦେବୀ।। ଗାଁ ଗାଁରେ ବିପୁଳ ଜନ ସମାଗମ।

0 349

ବଣାଇ : ୫/୧୦(ସତ୍ୟାନ୍ୟୁଜ) ବଣାଇଗଡ ର ଆରାଧ୍ୟ ଦେବୀ ମା କନ୍ଥ ଗତକାଲି ଠାରୁ ୧୫ ଦିନ ପର୍ଯ୍ୟନ୍ତ ବିଭିନ୍ନ ଗ୍ରାମ ପରିକ୍ରମାରେ ବାହାରିଛନ୍ତି।
କନ୍ଥ ଦେବୀ ସାନଜଲ ନିକଟରେ ଥିବା ପାହାଡ଼ଗୁମ୍ଫା ରେ ବର୍ଷ ସାରା ରହିଥାନ୍ତି। ଆଶ୍ୱିନ ମାସ ଶୁକ୍ଳ ପକ୍ଷ ଦୁତୀୟା ତିଥିରେ ତାଙ୍କ ବାସ ସ୍ଥଳ ସାନଜଳ ଗ୍ରାମ ନିକଟ ଛେଳିଆଟୋକା ପାହାଡ ଉପରେ ପୂଜା ପାଇବା ପରେ ଗାଁ ଭ୍ରମଣ ରେ ବାହାରି ଥାଆନ୍ତି। ଏହି ଦିନ ପୂଜକ ସେହି ପାହାଡ଼ ନିକଟକୁ ଯାଇ ପୂଜାର୍ଚ୍ଚନା କରି ତାଙ୍କୁ ପାହାଡ଼ ତଳକୁ ଆଣିଥାନ୍ତି। ତାପରେ ମାନସିକ ଧାରୀ ମାନେ କୁକୁଡ଼ା, ବୋଦା ବଳି ଦେଇଥାନ୍ତି। ଅନ୍ୟ ପଟେ ମହିଳା ମାନେ ମାନସିକ ରଖି ଅଧିଆ ପଡ଼ିଥାନ୍ତି। ତାଙ୍କ ନିଜ ପୀଠ ସ୍ଥଳୀରେ ହଜାର ହଜାର ଭକ୍ତ ଙ୍କ ସମାଗମ ହୋଇ ଥାଏ। ସେଠାରୁ ବାହାରି ୧୫ ଦିନ ଧରି ମା ବଣାଇ ଅଞ୍ଚଳ ର ବିଭିନ୍ନ ଗ୍ରାମ ପରିକ୍ରମା କରି ଭୋଗ ଖାଇ ଥାନ୍ତି। ବିଭିନ୍ନ ଗ୍ରାମ ବୁଲି ଭୋଗ ଖାଇ ସାରିବା ପରେ ରାଜ ଉଆସ ରେ ଲିମ୍ବ ଚକୁଳି ଖାଇ କୁମାର ପୁର୍ଣିମା ଦିନ ତାଙ୍କ ବାସ ସ୍ଥାନ ସାନଜଲ କୁ ପ୍ରତ୍ୟାବର୍ତ୍ତନ କରି ଥାନ୍ତି। ଏଥି ପାଇଁ ବଣାଇ ଅଞ୍ଚଳ ଉତ୍ସବ ମୁଖର ହୋଇଥିବା ବେଳେ ପ୍ରବଳ ଜନ ସମାଗମ ଦେଖିବାକୁ ମିଳୁଛି।

Leave A Reply

Your email address will not be published.