ରାଉରକେଲା : ଦୁର୍ଗା ପୂଜା ପାଇଁ ରାଉରକେଲା ସହର ଚଳଚଞ୍ଚଳ। ଶାନ୍ତି ଶୃଙ୍ଖଳା ସହ ପୂଜା ପାଳନ ପାଇଁ ପ୍ରଶାସନର ପ୍ରସ୍ତୁତି ବୈଠକ।
ରାଉରକେଲା : ୫/୧୦(ସତ୍ୟାନ୍ୟୁଜ) ଆସୁଛନ୍ତି ମା’। ଏଥି ଲାଗି ଗାଁ ରୁ ନେଇ ସହର ପର୍ଯ୍ୟନ୍ତ ଚଳ ଚଞ୍ଚଳ। ମା ଙ୍କ ନବରାତ୍ର ପୂଜା ବିଭିନ୍ନ ଦେବୀ ପୀଠ ରେ ଆରମ୍ଭ ହୋଇଯାଇଥିବା ବେଳେ ପେଣ୍ଡାଲ ମାନଙ୍କରେ ମା’ ଙ୍କ ପୂଜା ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି। ରାଉରକେଲା ଇସ୍ପାତ ସହର ମଧ୍ୟ ପୂଜା ପାଇଁ ଚଳ ଚଞ୍ଚଳ ହୋଇ ଉଠିଛି। ପୂଜା ପେଣ୍ଡାଲ ମାନଙ୍କରେ ଆକର୍ଷଣୀୟ ବିଶାଳକାୟ ତୋରଣ ମାନ ନିର୍ମାଣ ହେଉଥିବା ବେଳେ ପ୍ରଶାସନ ପକ୍ଷରୁ ଶାନ୍ତି ଶୃଙ୍ଖଳା ସହ ପୂଜା ପାଳନ ପାଇଁ ମଧ୍ୟ ବିଭିନ୍ନ ପଦକ୍ଷେପ ନିଆଯାଉଛି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ଦିନ ସ୍ଥାନୀୟ ସିଭିକ୍ ସେଣ୍ଟର୍ ଠାରେ ଏକ ଶାନ୍ତି କମିଟି ବୈଠକ ସହ ପ୍ରସ୍ତୁତି ବୈଠକ ବସିଥିଲା। ପଶ୍ଚିମାଞ୍ଚଳ ଡିଆଇଜି , ରାଉରକେଲା ଏସପି , ଏଡିଏମ୍ , ଉପଜିଲ୍ଲାାଳ ଏବଂ ବରିଷ୍ଠ ପୋଲିସ୍ ଏବଂ ପ୍ରଶାସନିକ ଅଧିକାରୀ ମାନେ ବୈଠକରେ ଯୋଗ ଦେଇଥିଲେ। କେନ୍ଦ୍ରୀୟ ପୂଜା କମିଟି ସଦସ୍ୟ , ରାଉରକେଲା ଇଣ୍ଟିଗ୍ରେସନ୍ ଫୋରମ୍ ସଦସ୍ୟ , ଶାନ୍ତି କମିଟି ସଦସ୍ୟ ଏବଂ ବିଭିନ୍ନ ପୂଜା କମିଟି ସଦସ୍ୟ ମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ଶାନ୍ତି ଶୃଙ୍ଖଳା ସହ ପୂଜା ପାଳନ ପାଇଁ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଥିଲା।