ବଣାଇ : ଗାଁକୁ ଭଲ ରାସ୍ତା ନଥିଲା।। ଆସି ପାରିଲା ନାହିଁ ଆମ୍ବୁଲାନ୍ସ। ଖଟିଆରେ ବୁହା ହେଲେ ରୋଗୀ।

0 238

ରାଉରକେଲା/ବଣାଇ : ୪/୧୦ (ସତ୍ୟାନ୍ୟୁଜ୍) ଗ୍ରାମାଞ୍ଚଳ ସହ ସହରାଞ୍ଚଳ ରେ ବିକାଶ ହେଉଛି ଏହିପରି। ଗାଁ କୁ ରାସ୍ତା ନଥିବାରୁ ଅଧ ରାତିରେ ଅସୁସ୍ଥ ମହିଳାଙ୍କୁ ଏକ କିଲୋମିଟର୍ ଖାଟିଆରେ ବୁହା ହୋଇ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ନିଆଗଲା।
ଏପରି ଏକ ସମ୍ବେଦନଶୀଳ ଘଟଣା ଦେଖିବାକୁ ମିଳିଛି ସୁନ୍ଦରଗଡ ଜିଲ୍ଲା ଲହୁଣୀପଡ଼ା ବ୍ଲକ ଅନ୍ତର୍ଗତ ଶଙ୍ଖପୋଷ ପଞ୍ଚାୟତର ଲାଉପୋଷ ଗ୍ରାମରେ।
ଲାଉପୋଷ ଗ୍ରାମର ଜଗବନ୍ଧୁ ନାଏକ ଙ୍କ ସ୍ତ୍ରୀ ବିନତି ନାଏକ କାଲି ରାତିରେ
ହଠାତ ଅସୁସ୍ଥ ହୋଇ ଗୁରୁତର ହୋଇ ପଡ଼ିଥିଲେ । ତାଙ୍କ ସ୍ଵାମୀ ୧୦୮ ଆମ୍ବୁଲାନ୍ସ କୁ ଡାକିଥିଲେ। କିନ୍ତୁ ଗ୍ରାମକୁ ଯାଇଥିବା ରାସ୍ତା କାଦୁଅ ପଚ୍ ପଚ୍ ହୋଇ ଥିବାରୁ ଆମ୍ବୁଲାନ୍ସ ଆସି ପାଖା ପାଖି ଏକ କିଲୋମିଟର ଦୂରରେ ରହିଥିଲା। ବିନତି ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅଧିକ ବିଗିଡିବାରୁ ତାଙ୍କ ସ୍ଵାମୀ ଗ୍ରାମବାସୀଙ୍କ ସହାୟତାରେ ଖଟିଆରେ ବୋହି ଟର୍ଚ୍ଚ ଲାଇଟର ଧୀମୀ ଆଲୁଅରେ ଏକ କିଲୋମିଟର ପର୍ଯ୍ୟନ୍ତ ଖଟିଆ ରେ ବୋହି ଆମ୍ବୁଲାନ୍ସ ପାଖକୁ ନେଇ ଥିଲେ। ତାପରେ ଉକ୍ତ ମହିଳାଙ୍କୁ ମେଡିକାଲ୍ ନିଆ ଯାଇଥିଲା। କିଛି ଦିନ ପୂର୍ବରୁ ମଧ୍ୟ ସେହି ଗ୍ରାମରେ ଖରାପ ରାସ୍ତା ଯୋଗୁ ଜଣେ ରୋଗୀକୁ ସମାନ ଢଙ୍ଗ ରେ ଖଟିଆରେ ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ନିଆ ଯାଇଥିଲା।

Leave A Reply

Your email address will not be published.