ରାଉରକେଲା : ଗୁରୁଣ୍ଡିଆ ଷ୍ଟେଟ୍ ବ୍ୟାଙ୍କ୍ ବିନା ସୂଚନାରେ ବନ୍ଦ ରହୁଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ।। ବ୍ୟାଙ୍କ୍ ସମ୍ମୁଖରେ ଦେଲେ ଧାରଣା।
ରାଉରକେଲା/ବଣାଇ ୩/୧୦ (ସତ୍ୟାନ୍ୟୁଜ) ବଣାଇ ଉପଖଣ୍ଡର ଗୁରୁଣ୍ଡିଆ ରେ ଆଜି ବିନା ସୂଚନାରେ ଷ୍ଟେଟ୍ ବ୍ୟାଙ୍କ ବନ୍ଦ ରହିଥିବାରୁ ଲୋକ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଦୂର ଦୁରାନ୍ତ ରୁ ଆସିଥିବା ଲୋକ ମାନେ ହଇରାଣ ହେବାରୁ ବ୍ୟାଙ୍କ୍ ସମ୍ମୁଖରେ ପାଟି ତୁଣ୍ଡ କରିବା ସହ ଧାରଣା ଦେଇଥିଲେ। ପରେ ଗୁରୁଣ୍ଡିଆ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝା ଶୁଝା କରିଥିଲେ। ସୁନ୍ଦର ଗଡ଼ ଜିଲ୍ଲା ଗୁରୁଣ୍ଡିଆ ବ୍ଲକ ସମ୍ପୂର୍ଣ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ। ଗୁରୁଣ୍ଡିଆ ର ୧୩ଟି ପଞ୍ଚାୟତର ଅଧିବାସୀଙ୍କ ପାଇଁ ଅଛି ଗୋଟିଏ ଷ୍ଟେଟବାଙ୍କ । ଏହି ବ୍ୟାଙ୍କ କର୍ତ୍ତୃପକ୍ଷ ବିଭିନ୍ନ ସମୟରେ ବିଭିନ୍ନ ପ୍ରକାର ଅସୁବିଧା ଦେଖାଇ ବ୍ୟାଙ୍କ୍ କାମ ବନ୍ଦ କରି ଦେଇ ଥାଆନ୍ତି । ଟଙ୍କା ନେଣ ଦେଣ ବନ୍ଦ ଅଛି କହି ଏକ ଲେଖା ମାରି ଦେଉଛନ୍ତି। ଯାହା ଫଳରେ ୩୦/୪୦ କିଲୋମିଟର ଦୂରରୁ ଆସି ଲୋକେ ହଇରାଣ ହେଉଛନ୍ତି। ଆଜି ଗୁରୁବାର ବ୍ୟାଙ୍କ ରେ ତାଲା ପଡିଥିବା ଏବଂ ବ୍ୟାଙ୍କ୍ ବନ୍ଦ ଲେଖା ଝୁଲୁଥିବା ଦେଖି ଲୋକେ ଅସନ୍ତୋଷ ପ୍ରକାଶ କରିଥିଲେ। ବ୍ୟାଙ୍କ ସମୁଖରେ ପାଟି ତୁଣ୍ଡ କରିବା ସହ ଧାରଣା ରେ ବସି ଥିଲେ। ପରେ ଗୁରୁଣ୍ଡିଆ ପୋଲିସ ଆସି ବୁଝା ସୁଝା ପରେ ଲୋକ ଧାରଣା ରୁ କ୍ଷାନ୍ତ ହୋଇଥିଲେ। ଏ ବାବଦରେ ବ୍ୟାଙ୍କ୍ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ।