ବଣାଇ : ୩/୧୦(ସତ୍ୟାନ୍ୟୁଜ) ସୁନ୍ଦରଗଡ ଜିଲ୍ଲା ବଣେଇ ବନଖଣ୍ଡରେ ଆଜି ହାତୀ ଘଉଡ଼ାଇଲା ବେଳେ ହାତୀର ପାଲଟା ଆକ୍ରମଣରେ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ଏହି ଘଟଣା ଘଟିଛି କୁଳିପୋଷ ରେଞ୍ଜର ହଳଦୀକାଞ୍ଚି ଗ୍ରାମରେ।
କୁଳିପୋସ୍ ରେଞ୍ଜର ବିଭିନ୍ନ ଗ୍ରାମରେ ତିନି ଟିକିଆ ହାତୀ ପଲ୍ଲ ଉପଦ୍ରବ ମଚାଉ ଥିବା ଖବର ପାଇ ବନ ବିଭାଗର କର୍ମଚାରୀ ଓ ଗଜ ସାଥୀ ମିଳିତ ଭାବେ ହାତୀ ଘଉଡାଇବା ପାଇଁ ଯାଇଥିଲେ। ହାତୀଙ୍କୁ ଜଙ୍ଗଲ ମଧ୍ୟକୁ ପଠାଇବାକୁ ଉଦ୍ୟମ କରୁଥିବା ବେଳେ ହାତୀର ପାଲଟା ଆକ୍ରମଣରେ ଗଜ ସାଥୀ ସନ୍ତୋଷ ମୁଣ୍ଡା ଓ ବନରଖି ସନ୍ତୋଷ ମୁଣ୍ଡା ଗୁରୁତର ଆହତ ହୋଇଛନ୍ତି। ସହକର୍ମୀ ମାନେ ତାଙ୍କୁ ଉଦ୍ଧାର କରି ବଣେଇ ଉପଖଣ୍ଡ ଚିକିତ୍ସାଳୟ କୁ ଆଣି ଥିଲେ। ପ୍ରାଥମିକ ଚିକିତ୍ସା ପରେ ଗଜ ସାଥୀ ସନ୍ତୋଷ ମୁଣ୍ଡା ଗୁରୁତର ଥିବାରୁ ତାଙ୍କୁ ରାଉରକେଲା ସ୍ଥାନାନ୍ତରିତ କରା ଯାଇଥିବା ଜଣା ପଡ଼ିଛି।