ବଣାଇ : ଦୀର୍ଘ ଦିନ ଧରି ଉତ୍ପାତ ମାଚାଇ ଥିବା ଦନ୍ତାକୁ ଟ୍ରାଙ୍କୁଲାଇଜ କରାଗଲା।। ପରେ ରେଡ଼ିଓ କଲାର ଲଗାଯାଇ ଜଙ୍ଗଲରେ ଛଡ଼ା ଗଲା।
ରାଉରକେଲା/ବଣାଇ : (ସତ୍ୟାନ୍ୟୁଜ) ଦୀର୍ଘ ଦିନ ହେଲା ସୁନ୍ଦରଗଡ଼ ଜିଲ୍ଲା ବଣାଇ ଅଞ୍ଚଳରେ ଉତ୍ପାତ ମଚାଇଥିବା ଗୋଠ ଛଡା ଦନ୍ତା ହାତୀ ଉପରେ ଲଗାମ ଦିଆ ଯାଇଛି। ଏହି ହାତୀ
ବିଭିନ୍ନ ଗାଁରେ ପଶି ଘର ଭାଙ୍ଗିବା ସହିତ ଧନଜୀବନ ନଷ୍ଟ କରୁଥିଲା। ହାତୀ ଗାଁରେ ପଶିବା ପରେ ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହେଉଥିଲା। ଲୋକ ମାନଙ୍କ ନିଦ ପ୍ରାୟ ହଜି ଯାଇଥିଲା। ଦୀର୍ଘ ୩ ମାସ ଧରି ହାତୀଟି ଏପରି ଉତ୍ପାତ ଚଳାଇଥିବା ବେଳେ ଶେଷରେ ତାହାକୁ ଟ୍ରାଙ୍କୁଲାଇଜ କରାଯାଇଛି। ଟ୍ରାଙ୍କୁଲାଇଜ ପରେ ଦନ୍ତା ଦେହରେ ରେଡିଓ କଲାର ଲଗାଯାଇ ଜଙ୍ଗଲରେ ଛାଡ଼ି ଦିଆଯାଇଛି। ଏହା ଦ୍ବାରା ହାତୀର ଗତିବିଧି ବାବଦରେ ସୂଚନା ମିଳି ପାରିବ।
ହାତୀଟିକୁ ଟ୍ରଙ୍କୁଳାଇଜାର କରିବା ଲାଗି ବଣାଇ ଅଞ୍ଚଳ ବାସୀ ବଣାଇ ଡିଏଫଓଙ୍କ ନିକଟରେ ନି କରିଥିଲେ। ଏନେଇ ଅନୁମତି ମିଳିବା ପରେ ମଙ୍ଗଳବାର ରାତିରେ ଆରମ୍ଭ ହୋଇଥିଲା ଟ୍ରାଙ୍କୁଲାଇଜ ଅପରେସନ ।
ଗତକାଲି ଅପରାହ୍ନ ୪ଟାରୁ ଏକ ସ୍ୱତନ୍ତ୍ର ଟିମ୍ ଜଙ୍ଗଲରେ ପହଞ୍ଚି ହାତୀର ଗତିବିଧି ଉପରେ ନଜର ରଖିଥିଲେ। ଏହାପରେ ସେମାନେ ଲଗାତର ଭାବେ ହାତୀକୁ ଟ୍ରାକ୍ କରୁଥିବା ବେଳେ ରାତି ପ୍ରାୟ ୧୨ଟା ବେଳକୁ ହାତୀଟିକୁ ଟ୍ରାଙ୍କୁଲାଇଜ୍ କରାଯାଇଥିଲା। ହାତୀ ଗତିବିଧି ଉପରେ ନଜର ରଖିବାକୁ ତା’ ଶରୀରରେ ରେଡିଓ କଲାର ଲଗାଯାଇ ଜଙ୍ଗଲରେ ଛାଡ଼ି ଦିଆଯାଇଛି।
ହାତୀକୁ ଟ୍ରାଙ୍କୁଲାଇଜ କରିବା ନିମନ୍ତେ ବଣାଇ ଡିଫଓ ଲଳିତ ପାତ୍ରଙ୍କ ନେତୃତ୍ୱରେ ଏକ ଟିମ୍ ଗଠିତ ହୋଇଥିଲା। ବଣାଇ ଏସିଏଫ ଜଗନ୍ନାଥ ପ୍ରସାଦ ବିଶୋଇ, ବଣାଇ ଡିଭିଜନର ସମସ୍ତ ରେଞ୍ଜର, ଫରେଷ୍ଟର, ଗାର୍ଡ,ଏଲିଫଣ୍ଟ ସ୍କ୍ୱାର୍ଡ, ବାରିପଦାଶିମିଳିପାଳର ଷ୍ଟାଫ ସହିତ ସ୍ୱତନ୍ତ୍ର ଡାକ୍ତର, ଟ୍ରଙ୍କୁଳାଇଜାର ଟିମ୍ ଏଥିରେ ନିୟୋଜିତ ହୋଇଥିଲେ।