ରାଉରକେଲା : ପୁଣି ଓଲଟିଲା ସ୍କୁଲ ଅଟୋ।। ଚାରି ଛାତ୍ର ଆହତ।। ସମସ୍ତେ ଦୁଇଟି ଇଂରାଜୀ ମାଧ୍ୟମ ସ୍କୁଲ ଛାତ୍ର।

0 528

ରାଉରକେଲା : ୧l୧୦(ସତ୍ୟନ୍ୟୁଜ) ପୁଣି ଓଲଟିଲା ସ୍କୁଲ ଅଟୋ। ଏହି ଅଟୋ ରେ ଦୁଇଟି ଇଂରାଜୀ ମିଡ଼ିଅମ୍ ସ୍କୁଲ ଛାତ୍ରଛାତ୍ରୀ ମାନେ ଯାଉଥିଲେ।
୪ ନମ୍ବର ସେକ୍ଟର ଓ ଆମ୍ବାଗାନ୍ ମଝିରେ ମଙ୍ଗଳବାର ସକାଳେ ଏହି ସ୍କୁଲ ଅଟୋ ଓଲଟି ପଡିଥିଲା। ଫଳରେ ଅଟୋରେ ବସିଥିବା ୪ଜଣ ଛାତ୍ର ଦୁର୍ଘଟଣାରେ ଆହତ ହୋଇଥିଲେ।ଆହତ ମାନେ ହମିରପୁର ସ୍ଥିତ ଦୁଇଟି ଇଂରାଜୀ ମାଧ୍ୟମ ସ୍କୁଲରେ ପଢନ୍ତି। ସ୍କୁଲ ରୁ ଘରକୁ ଫେରିବା ସମୟରେ ଅଟୋ ଟି ଭରସମ୍ୟ ହରାଇ ଓଲଟି ପଡିଥିଲା। ଘଟଣା ସ୍ଥଳରେ ୩ ନମ୍ବର ସେକ୍ଟର ଥାନା ପୋଲିସ ଏବଂ ସ୍ଥାନୀୟ ଲୋକେ ପହଞ୍ଚି ଆହତ ମାନଙ୍କୁ ଆଇଜିଏଚରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ଆହତ ମାନଙ୍କ ମଧ୍ୟରୁ ଜଣଙ୍କୁ ଜେପି ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି। ପୋଲିସ ଘଟଣାର ତଦନ୍ତ କରୁଛି।

Leave A Reply

Your email address will not be published.