ରାଉରକେଲା : ରାଉରକେଲା ରିଙ୍ଗ ରୋଡ଼ ସହ ମୁଖ୍ୟ ରାସ୍ତାର ଅବସ୍ଥା ଶୋଚନୀୟ।। ଆଗକୁ ଆସୁଛି ପାର୍ବଣ।। ରାସ୍ତା କାମ ଶୀଘ୍ର ସାରିବାକୁ ଦାବି।

0 429

ରାଉରକେଲା : ୧/୧୦(ସତ୍ୟା ନ୍ୟୁଜ) ଏବେ ଚାଲିଛି ପାର୍ବଣ ଋତୁ। ଆଗକୁ ଆସୁଛି ଦୁର୍ଗା ପୂଜା , ଲକ୍ଷ୍ମୀ ପୂଜା ଏବଂ କାଳୀ ପୂଜା। ଏଥି ପାଇଁ ଚାଲିଛି
ଜୋରଦାର ପ୍ରସ୍ତୁତି। ଦୋକାନ ବଜାର , ମଲ୍ ଆଦି ସ୍ଥାନ ରେ ଭିଡ ଜମିଲାଣି। କିନ୍ତୁ ରାଉରକେଲା ସହରର ରାସ୍ତା ଘାଟ ହାଲ୍ କହିଲେ ନସରେ। ବିଶେଷ କରି ୬ ମାସ ପୂର୍ବରୁ ମରାମତି କାମ ହୋଇ ଥିବା ରିଙ୍ଗ ରୋଡ଼ ର ଅବସ୍ଥା ବେହାଲ୍। ଟ୍ରାଫିକ ଗେଟ୍ , ପ୍ଲାଣ୍ଟ ସାଇଟ୍ , ହନୁମାନ ବାଟିକା, ଡି ଏ ଭି , ଛେଣ୍ଡ୍ ଛକ ନିକଟରେ ରାସ୍ତା ଅତି ଜର୍ଜର ଅବସ୍ଥା ରେ ଅଛି। ରାସ୍ତା ଉପରେ ଥିବା ବଡ଼ ବଡ ଗର୍ତ୍ତ ରୁ ବଞ୍ଚିବା ପାଇଁ ଗାଡ଼ି ଚାଳକ କଟା କଟି କରୁଥିବାରୁ ପ୍ରତିଦିନ ଦୁର୍ଘଟଣା ଘଟୁଛି। କେବଳ ରିଙ୍ଗ ରୋଡ଼ ଖରାପ ଅବସ୍ଥାରେ ନାହିଁ। ପାୱାର ହାଉସ ରୋଡ , ଡେଲି ମାର୍କେଟ , ଉଦିତ ନଗର ଆଦି ଅଞ୍ଚଳର ରାସ୍ତା ଅବସ୍ଥା ମଧ୍ୟ ଶୋଚନୀୟ। ଅବଶ୍ୟ ଏବେ ରାଉରକେଲା ଇସ୍ପାତ କାରଖାନା ପକ୍ଷରୁ ରାସ୍ତା କାମ ଆରମ୍ଭ ହୋଇଛି। କିନ୍ତୁ ଏହି କାମକୁ ଯୁଦ୍ଧ କାଳୀନ ଭିତ୍ତି ରେ ନକଲେ ପୂଜା ପୂର୍ବରୁ ରାସ୍ତା କାମ ସରିବା ନେଇ ସନ୍ଦେହ ପ୍ରକାଶ ପାଇଛି।

Leave A Reply

Your email address will not be published.