ରାଉରକେଲା : ପଶ୍ଚିମାଞ୍ଚଳ ଡିଆଇଜି ଭାବେ ଦାୟିତ୍ଵ ଗ୍ରହଣ କଲେ ବ୍ରିଜେଶ ରାୟ।। ବିଦାୟୀ ଡି ଆଇ ଜି ନୀତି ଶେଖର ଙ୍କ ଠାରୁ ନେଲେ ଦାୟିତ୍ଵ।

0 293

ରାଉରକେଲା : ୧/୧୦(ସତ୍ୟାନ୍ୟୁଜ) ରାଉରକେଲା ଏସ ପି ଭାବେ କାର୍ଯ୍ୟରତ ଥିବା ୨୦୦୯ ବ୍ୟାଚ୍ ଆଇ ପି ଏସ୍ ଅଫିସର ବ୍ରିଜେଶ ରାୟ ଆଜି ପଶ୍ଚିମାଞ୍ଚଳ ଡି ଆଇ ଜି ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଡିଆଇଜି ନୀତି ଶେଖର ଙ୍କ ଠାରୁ ମଙ୍ଗଳବାର ଦିନ ସେ ଏହି ଦାୟିତ୍ଵ ଗ୍ରହଣ କରିଛନ୍ତି। ଆଜି ରାଉରକେଲା ଆଇ ଜି କାର୍ଯ୍ୟଳୟ ଠାରେ ଶ୍ରୀ ରାୟ ଦାୟିତ୍ଵ ଗ୍ରହଣ କରିବା ସମୟରେ ଜିଲ୍ଲାର ବରିଷ୍ଠ ପୋଲିସ ଅଧିକାରୀ ମାନେ ତାଙ୍କୁ ଫୁଲ ତୋଡା ଦେଇ ସମ୍ବର୍ଦ୍ଧନା ଦେଇଥିଲେ। ଏହା ସହ ଡିଆଇଜି ନୀତି ଶେଖରଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ମଧ୍ୟ ଦେଇଥିଲେ। ରାଉରକେଲା ମିଡିଆ ପ୍ରତିନିଧି ମାନେ ମଧ୍ୟ ଉଭାୟଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ସମସ୍ତଙ୍କ ସହଯୋଗରେ ଅପରାଧ ନିୟନ୍ତ୍ରଣ ସହ ବିଭିନ୍ନ କ୍ଷେତ୍ରରେ କିପରି ନ୍ୟାୟ ଦିଆଯାଇ ପାରିବ ସେଥିଲାଗି କାମ କରିବେ ବୋଲି ଡି ଆଇ ଜି କହିଛନ୍ତି।

Leave A Reply

Your email address will not be published.