ରାଉରକେଲା : ୨୦ ନମ୍ବର ସେକ୍ଟର ହିଲ୍ ଟପ୍ ବସ୍ତି ଉଛେଦ ଏବଂ ଥଇଥାନ ପ୍ରସଙ୍ଗକୁ ନେଇ ଉତ୍ତେଜନା।। ବିଧାୟକଙ୍କ ଆର୍ ଏସ ପି କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ପ୍ରତିଶ୍ରୁତି।
ରାଉରକେଲା : ୩୦/୯(ସତ୍ୟାନ୍ୟୁଜ) ଇସ୍ପାତ ସହରାଞ୍ଚଳ ୨୦ ନମ୍ବର ସେକ୍ଟର ହିଲ୍ ଟପ୍ ବସ୍ତି ଉଛେଦ ଏବଂ ଥଇଥାନ ପ୍ରସଙ୍ଗକୁ ନେଇ ସୋମବାର ଦିନ ଉତ୍ତେଜନା ମୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ୨୦ ନମ୍ବର ସେକ୍ଟର ରେ କୌଣସି ଏକ ପ୍ରକଳ୍ପ ପାଇଁ ଏହି ବସ୍ତି ଉଛେଦ ହେଉଛି। ବସ୍ତି ବାସିନ୍ଦାଙ୍କୁ ଥଇଥାନ ପାଇଁ ନେହେରୁ ପାଲି ରେ ଏକ ସ୍ଥାନକୁ ଡେଭଲପ୍ କରାଯାଇଛି। ବସ୍ତିର କିଛି ଲୋକ ପରିବାର ସହ ସେଠାକୁ ଚାଲି ଗଲେଣି। ମାତ୍ର କିଛି ଲୋକ ଏପର୍ଯ୍ୟନ୍ତ ହିଲ୍ ଟପ୍ ବସ୍ତି ଛାଡ଼ି ନାହାନ୍ତି। ଥଇଥାନ ପାଇଁ ଦିଆ ଯାଇଥିବା ନେହେରୁପାଲିରେ ଲୋକଙ୍କୁ ମୌଳିକ ସେବା ଯୋଗାଇ ଦେବା ଲାଗି କୌଣସି ବ୍ୟବସ୍ଥା ନାହିଁ। ରାସ୍ତା , ଡ୍ରେନ , ଲାଇଟ୍ , ପାନୀୟ ଜଳ ଆଦିର ବ୍ୟବସ୍ଥା କରାଯାଇ ନଥିବା ଅଭିଯୋଗ ହୋଇଛି। ଆଜି ହିଲ୍ ଟପ୍ ବସ୍ତିରେ ଉଚ୍ଛେଦ ପାଇଁ ଟିମ୍ ପହଞ୍ଚିବା ପରେ ଉତ୍ତେଜନା ଦେଖା ଦେଇଥିଲା। ଖବର ପାଇ ରଘୁନାଥ ପାଲି ବିଧାୟକ ଦୁର୍ଗା ଚରଣ ତନ୍ତୀ ସେଠାରେ ପହଞ୍ଚି ଏ ବାବଦରେ ରାଉରକେଲା ଇସ୍ପାତ କାରଖାନା କର୍ତ୍ତୃପକ୍ଷ ଙ୍କ ସହ ଆଲୋଚନା କରିବେ ବୋଲି ଲୋକଙ୍କୁ ଆଶ୍ଵାସନା ଦେଇଥିଲେ ।