ସୁନ୍ଦରଗଡ଼ : ୩୦/୯(ସତ୍ୟାନ୍ୟୁଜ)
ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଲକ ଅନ୍ତର୍ଗତ ଉପରବାହାଲ ସ୍ଥିତ ଡୁଙ୍ଗଲେଇ ପାହାଡ ଠାରେ ଦୁଇ ଗୋଷ୍ଠୀ ମଧ୍ଯରେ ସଂଘର୍ଷ ଘଟି ୫ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତ ମାନଙ୍କୁ ଚିକିତ୍ସା ପାଇଁ କୁତ୍ରା ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣା ଯାଇଥିଲା। ପରେ ଅଧିକ ଚିକିତ୍ସା ପାଇଁ ରାଉରକେଲା ପଠା ଯାଇଛି।
ରାଜଗାଙ୍ଗପୁର ବ୍ଲକ ଲାଇଙ୍ଗ ଗ୍ରାମ ଓ କୁତ୍ରା ଅଞ୍ଚଳର କିଛି ଯୁବକ ପିକନିକ କରିବା ପାଇଁ ଗତକାଲି ସେଠାକୁ ଯାଇଥିଲେ। ତେବେ ଖତକୁର ବାହାଲ ଗ୍ରାମର କେତେକ ଯୁବକଙ୍କ ସହ ସେମାନଙ୍କର ବଚସା ପରେ ସଂଘର୍ଷ ର ସୂତ୍ରପାତ ହୋଇଥିଲା। ସଂଘର୍ଷରେ ୫ ଜଣ ଆହତ ହୋଇଥିଲେ । କୁତ୍ରା ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଉପରେ ନଜର ରଖିଛନ୍ତି। ଚାପା ଉତ୍ତେଜନା ଥିବାରୁ ପୋଲିସ ଫୋର୍ସ ମୁତୟନ କରା ଯାଇଛି।