ରାଉରକେଲା : ବିରମିତ୍ରପୁର – ରାଏ ବଗା ରୋଡ ରେ ଭୟଙ୍କର ଦୁର୍ଘଟଣା।। ଦୁଇ ବାଇକ୍ ମୁହାଁ ମୁହିଁ ଧକ୍କା ହୋଇ ଜଳି ଗଲା।। ଜଣେ ମୃତ , ୨ ଗୁରୁତର।
ରାଉରକେଲା : ୩୦/୯(ସତ୍ୟାନ୍ୟୁଜ) ବିରମିତ୍ରପୁର ରାଏବଗା ରୋଡ ରେ ଭୟଙ୍କର ଦୁର୍ଘଟଣା। ଦୁଇଟି ବାଇକ୍ ମୁହାଁ ମୁହିଁ ଧକ୍କା ହୋଇ ଜଳି ଯିବାରୁ ଜଣେ ବାଇକ୍ ଆରୋହୀ ଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ଅଛନ୍ତି। ଏହି ଦୁଃଖଦ ଘଟଣା ସୋମବାର ପୂର୍ବାହ୍ନ ରେ ଘଟିଛି। ଅନ୍ଧାରୀ ପଞ୍ଚାୟତର କୁରପାନୀ ଗାଁ ନିକଟରେ ଘଟିଛି ଏହି ଭୟଙ୍କର ଦୁର୍ଘଟଣା। ମୁହାଁମୁହିଁ ଧକ୍କା ହେବା ପରେ ବାଇକ୍ ଦୁଇଟି ସାଙ୍ଗେ ସାଙ୍ଗେ ଜଳି ଯାଇଥିଲା। ଆହତ ଦୁଇ ଜଣ ଗୁରୁତର ଭାବେ ପୋଡ଼ି ହୋଇ ଯାଇଥିବାରୁ ଅଧିକ ଚିକିତ୍ସା ପାଇଁ ରାଉରକେଲା ପଠା
ଯାଇଛି। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।