ସୁନ୍ଦରଗଡ଼ : ନାବାଳିକା ଗଣ ଦୁଷ୍କର୍ମ ଘଟଣାରେ ୬ ଜଣ ଅଭିଯୁକ୍ତଙ୍କୁ ପୋକ୍ସୋ କୋର୍ଟ ରେ ହାଜର କରାଗଲା।। ଜାମିନ ନାମଞ୍ଜୁର ପରେ ଜେଲ୍ ପଠା ଗଲା।
ସୁନ୍ଦରଗଡ଼ : ୨୯/୯ (ସତ୍ୟାନ୍ୟୁଜ) ରାଉରକେଲାରେ ବହୁ ଚର୍ଚ୍ଚିତ ନାବାଳିକା ଗଣ ଦୁଷ୍କର୍ମ ମାମଲାରେ ୬ ଜଣ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରିଛି ପୋଲିସ । ସୁନ୍ଦରଗଡ଼ ସ୍ବତନ୍ତ୍ର ପୋକ୍ସୋ କୋର୍ଟ ରେ ହାଜର କରିବା ପରେ ଜାମିନ ନାମଞ୍ଜୁର ହେବାରୁ ସମସ୍ତ ଅଭିଯୁକ୍ତଙ୍କୁ ଜେଲ୍ ପଠେଇ ଦିଆଯାଇଛି । ଏହି ଅଭିଯୁକ୍ତ ମାନେ ଗତ କାଲି ଧରା ପଡ଼ିଥିଲେ। ରାଉରକେଲାରେ ଏକ ସାମ୍ବାଦିକ ସମ୍ମିଳନୀରେ ପଶ୍ଚିମାଞ୍ଚଳ ଡିଆଇଜି ନୀତି ଶେଖର ଏବଂ ରାଉରକେଲା ଏସପି ବ୍ରିଜେଶ ରାୟ ଏ ବାବଦରେ ସୂଚନା ଦେଇଥିଲେ। ଏହି ଘଟଣାରେ ଜଡ଼ିତ ଅନ୍ୟ ଜଣେ ଅଭିଯୁକ୍ତ ଫେରାର ଅଛି। ପୋଲିସ ତାକୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି।
ସୂଚନା ଅନୁସାରେ ଗତ ୨୨ ତାରିଖ ରାତି ପ୍ରାୟ ୧୧ଟା ବେଳେ ଦୁଇ ପୁରୁଷ ବନ୍ଧୁଙ୍କ ସହ ସିଭିଲ ଟାଉନସିପରେ ଥିବା ହୁଡଦଙ୍ଗ ବାର୍ ଯାଇଥିଲେ ନାବାଳିକା । ସେଠାରେ ନାବାଳିକାଙ୍କୁ ଜୋରଜବରଦସ୍ତି ମଦ୍ୟ ପାନ କରାଇ ସାତତାଲା ନିକଟ ରିଙ୍ଗ ରୋଡ କଡ଼ରେ ଥିବା ପାର୍କକୁ ନେଇ ଯାଇଥିଲେ । ସେଠାରେ ତିନି ଜଣ ଗଣ ଦୁଷ୍କର୍ମ କରିବା ପରେ ଆଉ ଦୁଇ ଜଣ ନାବାଳିକାଙ୍କୁ ଷ୍ଟେସନ ଅଂଚଳର ନିର୍ଜନ ସ୍ଥାନକୁ ନେଇ ପୁଣି ଗଣ ଦୁଷ୍କର୍ମ କରିଥିଲେ ।
ଦୁଇ ଦୁଇ ଥର ନାବାଳିକାଙ୍କୁ ଗଣ ଦୁଷ୍କର୍ମ କରିବା ପରେ ତାକୁ ହୋଟେଲ ହୁଡଦଙ୍ଗ ନିକଟରେ ଛାଡ଼ି ଦେଇଥିଲେ। ପରେ ନାବାଳିକା ପରିବାର ଲୋକଙ୍କୁ ଖବର ଦେବା ପରେ ପରିବାର ଲୋକ ତାଙ୍କୁ ଉଦ୍ଧାର କରିଥିଲେ। ରଘୁନାଥପାଲି ଥାନାରେ ଅଭିଯୋଗ ହେବାପରେ ପୋଲିସ ତଦନ୍ତ ଆରମ୍ଭ କରି ଥିଲେ। ପରେ ହୋଟେଲ ହୁଡଦଙ୍ଗ୍ କୁ ପୋଲିସ ଏବଂ ଅବକାରୀ ବିଭାଗ ସିଲ୍ କରି ଦେଇଥିଲେ । ଗିରଫ ୬ ଜଣ ହେଲେଏମ ଡି ସୋହେଲ କୁରେସି ଓରଫ ବାଦସାହା, ଏମ ଡି ଜାରାଏତ, ବିନୋଦ କୁମାର ରାମ, ଦୀପକ ସୋନକର , ମହମ୍ମଦ ଦାନିସ, ଆଫତାବ ଖାଁ। ସମସ୍ତ ଙ୍କୁ ନ୍ୟାୟିକ ହେପାଜତ କୁ ପଠେଇ ଦିଆଯାଇଛି ।