ରାଉରକେଲା : ଜୟ ପ୍ରକାଶ ହସ୍ପିଟାଲ ରେ ବିଶ୍ଵ ହୃଦୟ ଦିବସ ରେ ବିଭିନ୍ନ କାର୍ଯ୍ୟକ୍ରମ।। ହୃଦ ରୋଗୀ ମାନେ ନିଜ ନିଜ ଅଭିଜ୍ଞତା ବାଖାଣିଲେ।
ରାଉରକେଲା : ୨୯/୯(ସତ୍ୟାନ୍ୟୁଜ) ଆଜି ବିଶ୍ୱ ହୃଦୟ ଦିବସ। ହୃଦୟ କୁ ସୁସ୍ଥ ରଖିବାକୁ ପ୍ରୟାସ କରିବା ଆଜି ଦିନର ଆହ୍ବାନ। ଏଥିପାଇଁ ଲୋକଙ୍କୁ ସଚେତନ କରିବା ଲାଗି ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ର ଆୟୋଜନ କରା ଯାଉଛି। ରାଉରକେଲା ଜୟ ପ୍ରକାଶ ହସପିଟାଲ ରେ ବିଶ୍ଵ ହୃଦୟ ଦିବସ ପରିପ୍ରେ୍ଷୀରେ ଏକ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ହସପିଟାଲ ରେ ଚିକିତ୍ସିତ ପରେ ଭଲ ହୋଇ ଯାଇଥିବା ହୃଦ ରୋଗୀ ମାନେ ନିଜ ନିଜର ଅଭିଜ୍ଞତା ରଖିଥିଲେ। ହୃଦ ରୋଗ ବିଭାଗ ର ମୁଖ୍ୟ ଡକ୍ତର ତ୍ରିଲୋଚନ ଅଗ୍ରୱାଲ ହୃଦ ରୋଗର କାରଣ ଏବଂ ନିରାକରଣ ସମ୍ପର୍କରେ ଆଲୋଚନା କରିଥିଲେ। ମେଡ଼ିକାଲ ସ୍ଵାସ୍ଥ୍ୟ କର୍ମୀ ମାନଙ୍କ ପକ୍ଷରୁ ଏକ ସଚେତନତା ନାଟକ ପରିବେଷଣ କରାଯାଇଥିଲା।