ରାଉରକେଲା : ଗତକାଲି ନାବାଳିକା ଅପହରଣ ମାମଲାରେ ଜଣେ ଗିରଫ।। କ୍ରେଟା କାର ଜବତ ।

0 809

ରାଉରକେଲା : ୨୮/୯(ସତ୍ୟାନ୍ୟୁଜ) ଗତକାଲି ସନ୍ଧ୍ୟାରେ ଜଣେ ନାବାଳିକା ଛାତ୍ରୀଙ୍କୁ ଅପହରଣ କରି ନିଆ ଯାଇଥିବା ଅଭିଯୋଗ ହୋଇ ଥିଲା। ପୋଲିସ ଏହି ଘଟଣାର ତଦନ୍ତ କରି ସୁଫିର ଆଲମ୍ ନାମକ ଜଣେ ଯୁବକଙ୍କୁ ଗିରଫ କରିବା ସହ ଏକ ଧଳା ରଙ୍ଗର କ୍ରେଟା କାର ଜବତ କରିଛନ୍ତି। ଗତକାଲି ଉକ୍ତ ନାବାଳିକା ଭିନ୍ନ ପ୍ରକାର ଅଭିଯୋଗ କରିଥିଲେ। ୪ ଜଣ ଯୁବକ ତାଙ୍କୁ ଏକ କଳା ରଙ୍ଗର ସ୍କ୍ରୋପିଓ ଗାଡ଼ିରେ ନେଇ ଯାଇଥିବା ଫୋନ୍ ରେ କହିଥିଲେ। ମାତ୍ର ଉକ୍ତ ଯୁବକ ସୁଫିର୍ ଙ୍କ ସହ ତାଙ୍କର ପୂର୍ବରୁ ପରିଚୟ ଥିବା ଜଣା ପଡି ଥିଲା। ସାତ ନମ୍ବର ସେକ୍ଟର ଥାନା ପୋଲିସ ଘଟଣାର ତଦନ୍ତ କରୁଛି। ଏ ବାବଦରେ ଅଧିକ ତଦନ୍ତ ଜାରି ରହିଥିବା ପଶ୍ଚିମାଞ୍ଚଳ ଡିଆଇଜି ନୀତି ଶେଖର କହିଛନ୍ତି।

Leave A Reply

Your email address will not be published.