ରାଉରକେଲା : ରାଉରକେଲା ବହୁ ଚର୍ଚ୍ଚିତ ନାବାଳିକା ଗଣ ଦୁଷ୍କର୍ମ ମାମଲାରେ ୬ ଗିରଫ।। ଅନ୍ୟ ଜଣେ ଅଭିଯୁକ୍ତ ଫେରାର। ୨୨ ତାରିଖ ରାତିରେ ହୋଇଥିଲା ଗଣ ଦୁଷ୍କର୍ମ।

0 805

ରାଉରକେଲା : ୨୮/୯(ସତ୍ୟାନ୍ୟୁଜ) ରାଉରକେଲାରେ ୨୨ ସେପ୍ଟେମ୍ବର ରାତିରେ ଘଟି ଥିବା ଗଣ ଦୁଷ୍କର୍ମ ମାମଲାରେ ପୋଲିସ ୬ ଜଣ ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଆଉ ଜଣେ ଅଭିଯୁକ୍ତ ଫେରାର ଅଛି। ପୋଲିସ ଉକ୍ତ ଅଭିଯୁକ୍ତକୁ ଧରିବାକୁ ଉଦ୍ୟମ ଜାରି ରଖିଛି। ୨୨ ତାରିଖ ରାତିରେ ପୀଡ଼ିତା ଏବଂ ତାଙ୍କ ର ଦୁଇ ଜଣ ବନ୍ଧୁ ହୁଡଦଙ୍ଗ ପବ୍ ରେ ଖିଆ ପିଆ କରିଥିଲେ। ଉକ୍ତ ନାବାଳିକା କୁ ଉକ୍ତ ବାର୍ ରେ ପିଇବାକୁ ବାଧ୍ୟ କରା ଯାଇ ଥିଲା। ପରେ ବାଦଶାହ ନାମକ ଜଣେ ଯୁବକ ଉକ୍ତ ନାବାଳିକାକୁ ବଳ ପୂର୍ବକ ଅନ୍ୟ ଜଣେ ସାଙ୍ଗଙ୍କ ସହାୟତାରେ ବାଇକ୍ ରେ ସାତ ତାଲା ନିକଟକୁ ନେଇ ଯାଇଥିଲା। ସେଠାର ଏହି ଦୁଇ ଜଣ ଉକ୍ତ ନାବାଳିକା ସହ ଦୁଷ୍କର୍ମ କରିଥିବା ବେଳେ ଅନ୍ୟ ଜଣେ ମଧ୍ୟ ଦୁଷ୍କର୍ମ କରିଥିଲା। ପରେ ଉକ୍ତ ନାବାଳିକା କୁ ଛାଡି ପଳାଇ ଯାଇଥିଲେ। ଏହାର ସୁଯୋଗ ନେଇ ଦୀପକ ସୋନକର ନାମକ ଜଣେ ଯୁବକ ଉକ୍ତ ନାବାଳିକା କୁ ଷ୍ଟେସନ୍ ଅଞ୍ଚଳ କୁ ନେଇ ଆଉ ଜଣଙ୍କ ସହ ମିଶି ଦୁଷ୍କର୍ମ କରିଥିଲେ। ପରେ ତାଙ୍କୁ ନେଇ ହୁଡଦଙ୍ଗ ବାର୍ ନିକଟରେ ଛାଡ଼ି ଦେଇଥିଲେ। ନାବାଳିକାଙ୍କ ବାପା ଝିଅ କୁ ଖୋଜି ପାଇବା ପରେ ରଘୁନାଥ ପାଲି ଥାନାରେ ଏତେଲା ଦେଇଥଲେ।

Leave A Reply

Your email address will not be published.