ରାଉରକେଲା : ଆର୍ ଏସ ପି ଷ୍ଟିଲ ମେଲ୍ଟିଙ୍ଗ ଶପ୍ -୧ ରେ ବିସ୍ପୋରଣରେ ୫ କର୍ମଚାରୀ ଆହତ।। ସମସ୍ତେଆଇଜିଏଚ ରେ ଭର୍ତ୍ତି।। ତଦନ୍ତ ପାଇଁ କମିଟି ଗଠନ କଲେ ଡି ଆଇ ସି।

0 401

ରାଉରକେଲା : ୨୮/୯ (ସତ୍ୟାନ୍ୟୁଜ) ରାଉରକେଲା ଇସ୍ପାତ କାରଖାନା ଷ୍ଟିଲ୍ ମେଲ୍ଟିଂ ଶପ୍ – ୧ ରେ ଶନିବାର ସକାଳେ ଏକ ବିସ୍ପୋରଣରେ ୫ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୪ ଜଣ ଆର୍ ଏସ ପି ଅଧିକାରୀ ଥିବା ବେଳେ ଜଣେ ଠିକା କର୍ମଚାରୀ ଅଛନ୍ତି। ଷ୍ଟିଲ ମେଲଟିଂ ଶପ୍ କନଭର୍ଟର ରେ ଏହି ଦୁର୍ଘଟଣା ଘଟିଛି। ଆହତ ମାନଙ୍କୁ ତୁରନ୍ତ ରାଉରକେଲା ଇସ୍ପାତ ଜେନେରାଲ ହସପିଟାଲ ର ବର୍ଣ୍ଣ ସେଣ୍ଟର୍ ରେ ଭର୍ତ୍ତି କରାଯାଇ ଚିକିତ୍ସା କରା ଯାଉଛି। ଖବର ପାଇ ବିଭିନ୍ନ ଶ୍ରମିକ ସଙ୍ଗଠନର କର୍ମକର୍ତ୍ତା ମାନେ ଆଇ ଜି ଏଚ୍ ରେ ପହଞ୍ଚି ଆହତଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝି ଥିଲେ। ରାଉରକେଲା ଏଡିଏମ୍ ଆଶୁତୋଷ କୁଲକର୍ଣି ଏବଂ ପାନପୋଷ ଉପଜିଲ୍ଲାପାଳ ବିଜୟ ନାୟକ ମଧ୍ୟ
ଆଇ ଜି ଏଚ୍ ରେ ପହଞ୍ଚିଥିଲେ।
ଆର୍ ଏସ ପି ଭାରପ୍ରାପ୍ତ ନିର୍ଦ୍ଦେଶକ ଅତନୁ ଭୌମିକ ଏହି ଦୁର୍ଘଟଣାର ତଦନ୍ତ ପାଇଁ ଜଣେ ସିଜିଏମ୍ ଙ୍କ ନେତୃତ୍ଵ ଏକ ଟିମ୍ ଗଠନ କରିଛନ୍ତି। ଏହା ସହ ଆହତଙ୍କ ଉତ୍ତମ ଚିକିତ୍ସା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟ ପକ୍ଷରେ ବିଭିନ୍ନ ଶ୍ରମିକ ସଂଗଠନ ଆର୍ ଏସ ପି ରେ ସୁରକ୍ଷା ବ୍ୟବସ୍ଥା କୁ ତ୍ରୁଟି ବିହୀନ କରିବାକୁ ଦାବି କରିଛନ୍ତି।

ଦୁର୍ଘଟଣାରେ ଆହତ ହୋଇ
ଆଇ ଜି ଏଚ୍ ରେ ଚିକିତ୍ସିତ ଥିବା କର୍ମଚାରୀ ମାନେ ହେଲେ ଆସିଷ୍ଟାଣ୍ଟ ମ୍ୟାନେଜର ଏଚ କେ ମେହେର , ଭାଗବତ ମୁର୍ମୁ , ଜି ବି କାଲୋ , ପ୍ରଦୀପ ଏକ୍କା ଏବଂ ଝୁନୁ ନନ୍ଦ।

Leave A Reply

Your email address will not be published.