ରାଉରକେଲା : ୨୭/୯(ସତ୍ୟାନ୍ୟୁଜ) ନର୍ସିଂ କର୍ମଚାରୀ ସଂଘ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଯୋଗୁଁ ରାଉରକେଲା ସରକାରୀ ହସପିଟାଲ ରେ ସ୍ଵାସ୍ଥ୍ୟ ସେବା ପ୍ରଭାବିତ ହୋଇଛି। ୧୦ ଦଫା ଦାବି ନେଇ ଶୁକ୍ରବାର ସକାଳେ ନର୍ସ ଅଧିକାରୀ ମାନେ ହସ୍ପିଟାଲ ସମ୍ମୁଖରେ ଧାରଣା ଦେଇ କାର୍ଯ୍ୟ ବନ୍ଦ କରିଥିଲେ। ଫଳରେ ହସ୍ପିଟାଲ କର୍ତ୍ତୃପକ୍ଷ ନର୍ସିଂ ଛାତ୍ରୀ , ଜାତୀୟ ସ୍ୱାସ୍ଥ୍ୟ ମିଶନ , ଏବଂ
ଡି ଏମ ଏଫ୍ ନର୍ସିଂ ଷ୍ଟାଫ୍ କୁ ନେଇ ରୋଗୀ ସେବା ଜାରି ରଖିଥିଲେ। ପରେ ଆନ୍ଦୋଳନ ରତ ନର୍ସିଂ ଷ୍ଟାଫ୍ ସେମାନଙ୍କୁ ମଧ୍ୟ ରୋଗୀ ସେବା କରିବାକୁ ଦେଇ ନଥିଲେ। ସରକାର ସେମାନଙ୍କ ଦାବି ସମ୍ପର୍କ ରେ ଅନୁଧ୍ୟାନ କରିବା ଲାଗି ଏକ ଇଣ୍ଟରନାଲ କମିଟି କରିଥିବା ବେଳେ ଏହାକୁ କର୍ମଚାରୀ ସଙ୍ଘ ମାନି ନାହାନ୍ତି। କିନ୍ତୁ ରୋଗୀ ସେବା କୌଣସି ପ୍ରକାର ପ୍ରଭାବିତ ହେବା ନାହିଁ ବୋଲି
ରାଉରକେଲା ସରକାରୀ ହସ୍ପିଟାଲ ଡାଇରେକ୍ଟର କହିଛନ୍ତି।