ରାଉରକେଲା : ମହମ୍ମଦ ସାକିର ହତ୍ୟାକାଣ୍ଡର ପର୍ଦ୍ଦାଫାଶ କଲା ପୋଲିସ୍।। ହତ୍ୟାକାଣ୍ଡର ଅଭିଯୁକ୍ତ ଶାଳକ ମହମ୍ମଦ ଅମୀର ଗିରଫ।
ରାଉରକେଲା : ୨୭/୯(ସତ୍ୟାନ୍ୟୁଜ) ରାଉରକେଲା ଛେଣ୍ଡ କଲୋନୀ ପେଟ୍ରୋଲ ପମ୍ପ ନିକଟ କଳ୍ପତରୁ ଆଶ୍ରମ ରୋଡ ରେ ବୁଧବାର ସନ୍ଧ୍ୟାରେ ଘଟିଥିବା ମହମ୍ମଦ ସାକିର୍ ହୁସେନ ହତ୍ୟାକାଣ୍ଡ ଘଟଣାର ପୋଲିସ ପର୍ଦ୍ଦାଫାସ କରିଛି। ମହମ୍ମଦ ସାକିର୍ ର ଶାଳକ ମହମ୍ମଦ ଆମିର ହିଁ ହତ୍ୟା କରିଥିବା ତଦନ୍ତରୁ ଜଣାପଡ଼ିଛି। ପୋଲିସ ମହମ୍ମଦ ଅମୀର କୁ ଆଜି ଗିରଫ କରିଛି। ଗିରଫ ପରେ ଘଟଣା ସ୍ଥଳକୁ ୭ ନମ୍ବର ସେକ୍ଟର ଥାନା ପୋଲିସ ଅଭିଯୁକ୍ତକୁ ଆଣି ତଦନ୍ତ କରିଥିଲେ। ସାକିର୍ କୁ ହତ୍ୟା କରିଥିବା ପୋଲିସ୍ ଆଗରେ ସ୍ବୀକାର କରିଛି ଅଭିଯୁକ୍ତ ଶାଳକ ଅମୀର।
ଗତ ବୁଧବାର ଦିନ ଏହି ହତ୍ୟାକାଣ୍ଡ ଘଟିଥିଲା। କୌଣସି କାରଣରୁ ଉଭୟ ଶଳା ଏବଂ ଭିଣୋଇଙ୍କ ମଧ୍ୟରେ ପୂର୍ବରୁ ବିବାଦ ଥିଲା। ଘଟଣା ଦିନ ଉଭୟ ବାଇକରେ କଳ୍ପତରୁ ଆଶ୍ରମ ରୋଡ କୁ ଆସିଥିଲେ। ସେହି ଠାରେ ହଠାତ୍ ଏକ ପଥରରେ ଛେଚି ସକିର୍ କୁ ହତ୍ୟା କରିଥିଲା ଅମୀର। ପରେ ନିଜ ବେକକୁ ଛୁରୀ ରେ କାଟି ଦୁର୍ବୃତ୍ତ ମାନେ ଆକ୍ରମଣ କରି ଥିବାର ରୂପ ଦେଇଥିଲା।
ପୋଲିସ ହତ୍ୟା ଘଟଣାର ପର୍ଦ୍ଦାଫାସ କରିଥିବା ବେଳେ ଏ ବାବଦରେ ଅଧିକ ତଦନ୍ତ ଜାରି ରଖିଛି।