ରାଉରକେଲା : ସହରରେ ବଢ଼ୁ ଥିବା ନାରୀ ନିର୍ଯାତନା ବିରୁଦ୍ଧରେ ବିଭିନ୍ନ ମହିଳା ସଂଗଠନର ବିକ୍ଷୋଭ।। ବିପର୍ଯ୍ୟସ୍ତ ଆଇନ୍ ଶୃଙ୍ଖଳା ସଜାଡିବାକୁ ଦାବି କଲା ବିଜେଡି
ରାଉରକେଲା : ୨୬/୯(ସତ୍ୟାନ୍ୟୁଜ) ଗତ କିଛି ଦିନ ମଧ୍ୟରେ ରାଉରକେଲା ସହର ରେ ବୃଦ୍ଧି ପାଇଥିବା ଅପରାଧିକ ଗତିବିଧିରେ ଲୋକଙ୍କ ମନରେ ଆଲୋଡନ ସୃଷ୍ଟି ହୋଇଛି। ବିଶେଷ କରି ଦୁଇଟି ଗଣ ଦୁଷ୍କର୍ମ ମାମଲା ଲୋକଙ୍କ ମନକୁ ଦୋହଲାଇ ଦେଇଛି। ଏହି ଦୁଇଟି ଦୁଷ୍କର୍ମ ଘଟଣାର ଶିକାର ହୋଇଥିଲେ ନାବାଳିକା। ପ୍ରଥମ ଘଟଣା ଟି ଘଟି ଥିଲା ବିର୍ସା ମୁଣ୍ଡା ଷ୍ଟାଡିୟମ୍ ନିକଟରେ । ଦୁଇ ଜଣ ନାବାଳିକା ଗଣ ଦୁଷ୍କର୍ମ ର ଶିକାର ହୋଇଥିଲେ। ଏହି ଘଟଣାରେ ପୋଲିସ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଦୂତିୟ ଘଟଣା ରେ ୫ ଜଣ ଯୁବକ ଜଣେ ନାବାଳିକାକୁ ଗଣ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଉଭୟ ଦୁଷ୍କର୍ମ ରିଙ୍ଗ ରୋଡ ରୁ କିଛି ଦୂରରେ ହୋଇଛି। ଅବଶ୍ୟ ଉଭୟ ଘଟଣାରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି ସାରିଛି। ଏହି ଘଟଣାକୁ ନେଇ ସହରର କେତେକ ମହିଳା ସଙ୍ଗଠନ ନିଜର ବିରୋଧ ପ୍ରକଟ କରିଛନ୍ତି। ଗୁରୁବାର ଦିନ ମହିଳା ସଙ୍ଗଠନ ର କର୍ମକର୍ତ୍ତା ମାନେ ରାଉରକେଲା ମହାନଗର ନିଗମ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ନାରୀ ମାନଙ୍କୁ ସୁରକ୍ଷା ପ୍ରଦାନ ଦାବିରେ ପରେ ଏସପି ବ୍ରିଜେଶ ରାୟ ଙ୍କୁ ଭେଟି ଦାବି ପତ୍ର ଦେଇଥିଲେ।
ଅନ୍ୟପକ୍ଷରେ ଆଜି ବିଜୁ ଜନତା ଦଳ।ପକ୍ଷରୁ ପାନ୍ଥ ନିବାସ ଠାରେ ଏ ବାବଦରେ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା। ସହରର ବିପର୍ଯ୍ୟସ୍ତ ଆଇନ୍ ଶୃଙ୍ଖଳା ସ୍ଥିତି କୁ ସୁଧାରିବାକୁ ଦାବି କରଯାଇଥିଲା। ପରେ ବିଧାୟକ ସାରଦା ପ୍ରସାଦ ନାୟକଙ୍କ ନେତୃତ୍ୱରେ ବିଜେଡିର ଏକ ପ୍ରତିନିଧି ମଣ୍ଡଳ ରାଉରକେଲା ଏସପି ଙ୍କୁ ଭେଟି ଦାବି ପତ୍ର ଦେଇଥିଲେ।
ଗତ କିଛିଦିନ ହେଲା ସହରରେ ଦୁଷ୍କର୍ମ , ହତ୍ୟା , ଚୋରି ଘଟଣା ବୃଦ୍ଧି ପାଇଥିବାରୁ ବିଭିନ୍ନ ମହଲରେ ଉଦବେଗ ପ୍ରକାଶ ପାଇଛି।