ରାଉରକେଲା : ଛେଣ୍ଡ ପେଟ୍ରୋଲ ପମ୍ପ ନିକଟ କଳ୍ପତରୁ ଆଶ୍ରମ ରୋଡ ରେ ଦୁବୃର୍ତ୍ତ ଙ୍କ ଆକ୍ରମଣରେ ଯୁବକ ମୃତ।। ଜଣେ ଗୁରୁତର।। ପୋଲିସ ତଦନ୍ତ ଜାରି।

0 1,144

ରାଉରକେଲା : ୨୫/୯(ସତ୍ୟାନ୍ୟୁଜ) ରାଉରକେଲା ଛେଣ୍ଡ ପେଟ୍ରୋଲ ପମ୍ପ ନିକଟ କଳ୍ପତରୁ ଆଶ୍ରମ ରୋଡ ରେ ଆଜି ସନ୍ଧ୍ୟାରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟି ଯାଇଛି। ଦୁଇ ଜଣ ଯୁବକ ଙ୍କୁ କିଛି ଦୁବୃର୍ତ୍ତ ମରଣାନ୍ତକ ଆକ୍ରମଣ କରିଥିବା ବେଳେ ଘଟଣା ସ୍ଥଳରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ଅନ୍ୟ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଆହତ ଯୁବକଙ୍କୁ ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣା ସ୍ଥଳରେ
୭ ନମ୍ବର ସେକ୍ଟର ଥାନା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ଦୁଇ ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇଛି। କେଉଁ କାରଣରୁ ହତ୍ୟାକାଣ୍ଡ ଘଟିଛି ତାର ତଦନ୍ତ ଚାଲିଛି। ଜୋନାଲ
ଡି ଏସ ପି ପୁଷ୍ପା ନିଞ୍ଜୀ ପୋଲିସ ଟିମ୍ ସହ ଘଟଣାର ଯାଞ୍ଚ କରୁଛନ୍ତି।

Leave A Reply

Your email address will not be published.