ରାଉରକେଲା : ଛେଣ୍ଡ ପେଟ୍ରୋଲ ପମ୍ପ ନିକଟରେ ଘଟି ଥିବା ହତ୍ୟାକାଣ୍ଡ ଘଟଣାର ପର୍ଦ୍ଦାଫସ୍ ହୋଇ ପାରି ନାହିଁ।। ପୋଲିସ ତଦନ୍ତ ଜାରି।
ରାଉରକେଲା : ୨୬/୯(ସତ୍ୟାନ୍ୟୁଜ) ରାଉରକେଲା ଛେଣ୍ଡ କଲୋନୀ ପେଟ୍ରୋଲ ପମ୍ପ ନିକଟ କଳ୍ପତରୁ ଆଶ୍ରମ ରୋଡ ରେ ବୁଧବାର ସନ୍ଧ୍ୟାରେ ଘଟିଥିବା ହତ୍ୟାକାଣ୍ଡ ଘଟଣାରେ ଏପର୍ଯ୍ୟନ୍ତ କେହି ଗିରଫ ହୋଇ ନାହାଁନ୍ତି। ପୋଲିସ ବିଭିନ୍ନ ଦିଗରୁ ଅନୁସନ୍ଧାନ ଜାରୀ ରଖିଛି। ଏହି ଘଟଣାରେ ଆହତ ମୃତକ ମହମ୍ମଦ
ସାକିର୍ ଙ୍କ ସମ୍ପର୍କୀୟ ମହମ୍ମଦ ଅମିର ଗୁରୁତର ଅବସ୍ଥାରେ ସରକାରୀ ହସ୍ପିଟାଲ ରେ ଚିକିତ୍ସିତ ହେଉଛନ୍ତି।
ଗତକାଲି ସନ୍ଧ୍ୟାରେ ଉଭୟ ମହମ୍ମଦ ସାକିର ଏବଂ ମହମ୍ମଦ ଆମିର ବାଇକ୍ ରେ କଳ୍ପତରୁ ଆଶ୍ରମ ରୋଡ ରେ ଯାଉଥିଲେ। ଆହତ ଅମିର୍ ଙ୍କ କହିବା ଅନୁଯାୟୀ ତିନିଜଣ ମୁଖା ପିନ୍ଧା ଯୁବକ ସେମାନଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ମହମ୍ମଦ ସାକିର ଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇ ଯାଇଥିଲା। ଆଜି ପୋଷ୍ଟମର୍ଟମ୍ ପରେ ମହମ୍ମଦ ସାକିରଙ୍କ ମୃତ ଶରୀର ତାଙ୍କ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଛି। ମୃତକ ଯୁବକ ଝାଡ଼ଖଣ୍ଡ ଚକ୍ରଧରପୁର ଅଞ୍ଚଳର। ସେ ତାଙ୍କ ଶ୍ଵଶୁର ଘର ମାଲ ଗୋଦାମ ଅଞ୍ଚଳକୁ ଆସିଥିଲେ। ଶଳା ସହ ବାଇକ୍ ରେ ବୁଲୁ ଥିବା ବେଳେ ଏହି ଆକ୍ରମଣର ଶିକାର ହୋଇଥିଲେ। ଏହି ଘଟଣାରେ ପୋଲିସ କିଛି ଲୋକଙ୍କୁ ଅଟକ ରଖି ପଚରା ଉଚୁରା କରୁଛି ବୋଲି ରାଉରକେଲା ଏସପି ବ୍ରିଜେଶ ରାୟ କହିଛନ୍ତି।