ରାଉରକେଲା : ପୁଣି ଜଣେ ନାବାଳିକା କୁ ଗଣ ଦୁଷ୍କର୍ମ ଅଭିଯୋଗ।। ରଘୁନାଥ ପାଲି ଥାନାରେ ଅଭିଯୋଗ। ଏହି ଘଟଣାରେ ୫ ଜଣ ସାମିଲ ଥିବା ଅଭିଯୋଗ।

0 749

ରାଉରକେଲା : ୨୫/୯(ସତ୍ୟାନ୍ୟୁଜ) ରାଉରକେଲାରେରେ ପୁଣି ଘଟି ଯାଇଛି ଏକ ଲଜ୍ଜାଜନକ ଘଟଣା। ଜଣେ ନାବାଳିକାଙ୍କୁ ଗଣ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ୫ଜଣ ସଂପୃକ୍ତ ଥିବା ରଘୁନାଥପାଲି ଥାନାରେ ଅଭିଯୋଗ ହୋଇଛି। ନାବାଳିକାଙ୍କ ପରିବାର ଲୋକେ ଏନେଇ ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ ହୋଇଛି। ଆଜି ଡଗ୍ ସ୍କ୍ୱାର୍ଡ ଏବଂ
ସାଇଣ୍ଟଫିକ୍ ଟିମ୍ ସହ ପୋଲିସ ଘଟଣା ସ୍ଥଳରେ ତଦନ୍ତ ଚଳାଇଛି।

ଥାନାରେ ଦିଆ ଯାଇଥିବା ଅଭିଯୋଗ ଅନୁଯାୟୀ ରବିବାର ରାତିରେ ରଘୁନାଥପାଲି ଥାନା ନିକଟରେ ଥିବା ଏକ ସମ୍ଭ୍ରାନ୍ତ ରେଷ୍ଟୁରାଣ୍ଟକୁ ନାବାଳିକା ନିଜର ୨ ପୁରୁଷ ବନ୍ଧୁଙ୍କ ସହ ଯାଇଥିଲେ। ପରେ ୨ ପୁରୁଷ ବନ୍ଧୁ ନାବାଳିକାଙ୍କୁ ପ୍ଲାଣ୍ଟ ସାଇଟ ଥାନା ଟ୍ରାଫିକ ଗେଟ୍ ଅଞ୍ଚଳକୁ ଆଣି ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ୨ ପୁରୁଷ ବନ୍ଧୁଙ୍କ ବ୍ୟତୀତ ଆଉ ୩ ଜଣ ଯୁବକ ସଂପୃକ୍ତ ଥିବା ଥାନାରେ ଅଭିଯୋଗ ହୋଇଛି। ପୁଲିସ ଅଭିଯୁକ୍ତ ଯୁବକଙ୍କୁ ଧରିବାକୁ ଉଦ୍ୟମ ଜାରି ରଖିଛି।
ଗତ ୨୧ ତାରିଖରେ ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମ୍ ନିକଟରେ ୨ ଜଣ ନାବାଳିକାଙ୍କୁ ଗଣ ଦୁଷ୍କର୍ମ କରାଯାଇଥିବା ପ୍ଲାଣ୍ଟ ସାଇଟ୍ ଥାନାରେ ଅଭିଯୋଗ ହୋଇଥିଲା। ୩ ଜଣ ଯୁବକଙ୍କୁ ମଧ୍ୟ ଏହି ଘଟଣାରେ ଗିରଫ କରାଯାଇ କୋର୍ଟ ଚାଲାଣ କରା ଯାଇଛି। ଏବେ ପୁଣି ଜଣେ ନାବାଳିକାକୁ ଗଣ ଦୁଷ୍କର୍ମ ଘଟଣାରେ ବିଭିନ୍ନ ମହଲରେ ଉଦବେଗ ପ୍ରକାଶ ପାଇଛି। ତେବେ ସମସ୍ତ ଅଭିଯୁକ୍ତଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ଡ଼ିଆଇଜି ବ୍ରିଜେଶ ରାୟ କହିଛନ୍ତି।

Leave A Reply

Your email address will not be published.