ରାଉରକେଲା : ସ୍କୁଲ ରୁ ପୋଲିସ ଉପରକୁ ତୀର ମାଡ କରି ଥିବା ଦୁବୃର୍ତ୍ତ ଏପର୍ଯ୍ୟନ୍ତ କାବୁ ହୋଇ ନାହିଁ।। ଆଜି ସକାଳୁ ଆରମ୍ଭ ହୋଇଛି କାବୁ କରିବା ଅଭିଯାନ।

0 366

ରାଉରକେଲା : ୨୫/୯( ସତ୍ୟାନ୍ୟୁଜ) ୧୮ ଘଣ୍ଟା ବିତି ଗଲାଣି , କିନ୍ତୁ ପୋଲିସ ଉପରକୁ ତୀର ମାଡ଼ ଜାରି ରଖି ଥିବା ଦୁର୍ବୃତ୍ତ କୁ ଏପର୍ଯ୍ୟନ୍ତ କାବୁ କରାଯାଇ ପାରିନାହିଁ। ରାତି ଅନ୍ଧାରରେ ଦୁବୃର୍ତ୍ତ ସୁଦାନ ମୁଣ୍ଡା କୁ ଧରା ଯାଇ ପାରି ନଥିବା ବେଳେ ଆଜି ସକାଳେ ତାକୁ କାବୁ କରିବାକୁ ଉଦ୍ୟମ ଚାଲିଛି। ଘଟଣା ସ୍ଥଳରେ ୨ ପ୍ଲାଟୁନ ପୋଲିସ ,
ଡି ଭି ଏଫ୍ , ବରିଷ୍ଠ ପୋଲିସ ଅଧିକାରୀ ମାନେ ଅଛନ୍ତି। ଫାୟାର ବ୍ରିଗେଡ୍ ଟିମ୍ ମଧ୍ୟ ରହିଛନ୍ତି। ଗତ କାଲି ସକାଳୁ ବଣାଇ ଉପଖଣ୍ଡର ବଡ ଜଳ ସ୍କୁଲ ରେ ଏହି ଦୁବୃର୍ତ୍ତ ହାତରେ ଧନୁ ତୀର ଧରି ପଶି ଯାଇଥିଲା। ଫଳରେ ଛାତ୍ର ଛାତ୍ରୀ , ଶିକ୍ଷକ ଡରି ପଳାଇ ଥିଲେ। ଖବର ପାଇ ମହୁଲପଦା ଆଇ ଆଇ ସି ଘଟଣା ସ୍ଥଳରେ ପହଞ୍ଚିବା ପରେ ଦୁର୍ବୃତ୍ତ ତାଙ୍କ ଉପରକୁ ତୀର ମାଡ କରିଥିଲା। ଫଳରେ ଆଇ ଆଇ ସି ସୁରେଶ ପ୍ରଧାନ ଆହତ ହୋଇଥିଲେ । ଏବେ ଉକ୍ତ ଦୁର୍ବୃତ୍ତ ସୁଦାନ ମୁଣ୍ଡାକୁ କାବୁ କରିବାକୁ ଉଦ୍ୟମ ଚାଲିଛି।

Leave A Reply

Your email address will not be published.