ରାଉରକେଲା : ଦୁବୃର୍ତ୍ତ ର ତୀର ମାଡ଼ରେ ମହୁଲପଦା ଆଇ ଆଇ ସି ଆହତ।। ଇନ୍ସପେକ୍ଟରଙ୍କ ହାତରେ ବାଜିଛି ତୀର।। ବଡଜଳ ସ୍କୁଲ ନିକଟର ଘଟଣା।

0 320

ରାଉରକେଲା : ୨୩/୯(ସତ୍ୟାନ୍ୟୁଜ)
ଦୁବୃର୍ତ୍ତ ଙ୍କ ତୀର ମାଡ଼ରେ ମହୁଲପଦା ଥାନା ଇନ୍ସପେକ୍ଟର ସୁରେଶ ପ୍ରଧାନ ଆହତ ହୋଇଛନ୍ତି। ବଡ଼ ଜଳ ସ୍କୁଲ ନିକଟରେ ତାଙ୍କୁ ତୀର ମାଡ ହୋଇଥିବାର ସୂଚନା ମିଳିଛି। ଇନ୍ସପେକ୍ଟରଙ୍କ ହାତରେ ବାଜିଛି ତୀର। ତାଙ୍କୁ ବଣାଇ ଡାକ୍ତରଖାନାରେ ଭର୍ତ୍ତି କର ଯାଇଛି। ଖବର ପାଇ ଘଟଣା ସ୍ଥଳକୁ ପୋଲିସ ଫୋର୍ସ ସହ ବଣାଇ
ଏସ ଡି ପି ଓ ଯାଇଛନ୍ତି।
ବଡ଼ଜଳ ସ୍କୁଲ ଛାତରେ ଜଣେ ବ୍ୟକ୍ତି ଧନୁତୀର ଧରି ଲୋକଙ୍କୁ ମାରିବାକୁ ଡରାଉ ଥିଲା। ଉକ୍ତ ବ୍ୟକ୍ତିଙ୍କ ଉତ୍ପାତ ରେ ଲୋକ ମାନେ ଭୟଭୀତ ହୋଇ ଯାଇଥିଲେ। ଖବର ପାଇ ମହୁଲପଦା ଆଇ ଆଇ ସି ଘଟଣା ସ୍ଥଳରେ ପହଞ୍ଚିବା ବେଳେ ଦୁର୍ବୃତ୍ତ ତାଙ୍କୁ ତୀର ମାଡ଼ କରିଥିଲା। ଇନ୍ସପେକ୍ଟର ଙ୍କ ହାତରେ ତୀର ବାଜିଥିଲା। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉକ୍ତ ଯୁବକଙ୍କୁ କବୁ କରିବାକୁ ଉଦ୍ୟମ କରୁଛନ୍ତି।

Leave A Reply

Your email address will not be published.