ରାଉରକେଲା : ଜେଲ୍ ରୋଡ ର କେଶରୀ ନଗର ଅଞ୍ଚଳରେ ତମୁଳ କାଣ୍ଡ।। ଦୁର୍ବୃତ୍ତ ମାନେ ଗାଡ଼ି ଭାଙ୍ଗିବା ସହ କ୍ଲବ୍ ଘରେ ନିଆଁ ଲଗାଇ ଦେଲେ।

0 1,003

ରାଉରକେଲା : ୨୧/୯(ସତ୍ୟାନ୍ୟୁଜ) ଦୁଇ ଦିନ ପୂର୍ବରୁ ଗଣେଶ ପୂଜା ଶୋଭାଯାତ୍ରାରେ ହୋଇଥିବା ଗଣ୍ଡଗୋଳ କୁ କେନ୍ଦ୍ର କରି ଆଜି ସନ୍ଧ୍ୟାରେ ରାଉରକେଲା ଜେଲ୍ ରୋଡ ଅଞ୍ଚଳରେ ତମୁଳ କାଣ୍ଡ ଘଟି ଯାଇଛି। ଅଭିଯୋଗ ଅନୁଯାୟୀ ୨୦ ରୁ ୩୦ ଜଣ ଯୁବକ ବାଇକ୍ ରେ ଆସି କେଶରୀ ନଗର ଅଞ୍ଚଳ ରେ ବ୍ୟାପକ ଭଙ୍ଗାରୁଜା କରିବା ସହ କ୍ଲବ୍ ଘରେ ଥିବା ବିଭିନ୍ନ ସାମଗ୍ରୀ ପୋଡ଼ି ଦେଇଛନ୍ତି। ଏହା ସହ କେତେକ ବାଇକ୍ ଏବଂ ଅଟୋ କୁ ଭଙ୍ଗା ରୁଜା କରିଛନ୍ତି। ଯୁବକ ମାନେ ହାତରେ ଖଣ୍ଡା ଏବଂ ଅନ୍ୟାନ୍ୟ ମାରଣାସ୍ତ୍ର ଧରି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଆକ୍ରମଣରେ ଦୁଇ ଜଣ ଆହତ ହୋଇଥିବା ସୂଚନା ରହିଛି।

ସୂଚନା ଅନୁଯାୟୀ ଗୁରୁବାର ଦିନ ଗଜପତି ପାଲି ର ଗଣେଶ ପୂଜା ଶୋଭା ଯାତ୍ରା ଯାଉଥିବା ବେଳେ କେଶରୀ ନଗର ଅଞ୍ଚଳରେ ଗଣ୍ଡଗୋଳ ହୋଇଥିଲା। ଏହାକୁ କେନ୍ଦ୍ର କରି ଉତ୍ତେଜନା ରହି ଥିଲା। ଫଳ ସ୍ୱରୂପ ଆଜି ସନ୍ଧ୍ୟାରେ କେତେକ ଯୁବକ ହାତରେ ବିଭିନ୍ନ ମାରଣାସ୍ତ୍ର ଧରି କେଶରୀ ନଗର ଅଞ୍ଚଳରେ ଆକ୍ରମଣ କରିଥିଲେ। ଉତ୍ତେଜନା ଥିବାରୁ ଘଟଣା ସ୍ଥଳରେ ପୋଲିସ ଫୋର୍ସ ମୁତୟନ କରାଯାଇଛି।

Leave A Reply

Your email address will not be published.