ରାଉରକେଲା : କେନ୍ଦ୍ରୀୟ ପୂଜା କମିଟି ନିର୍ବାଚନ ଲାଗି ଭୋଟ ଗ୍ରହଣ ସମାପ୍ତ।। ସନ୍ଧ୍ୟାରେ ଭୋଟ ଗଣତି ହୋଇ ଫଳା ଫଳ ଘୋଷଣା ହେବ।
ରାଉରକେଲା : ୨୨/୯(ସତ୍ୟାନ୍ୟୁଜ) ରାଉରକେଲା ରେ ଆଜି ସମ୍ମାନ ଜନକ କେନ୍ଦ୍ରୀୟ ପୂଜା କମିଟିର ବିଭିନ୍ନ ପଦବୀ ପାଇଁ ଭୋଟ ଗ୍ରହଣ କରାଯାଇଛି। ଆଜି ସନ୍ଧ୍ୟାରେ ନିର୍ବାଚନର ଫଳାଫଳ ଘୋଷଣା କରାଯିବ। କେନ୍ଦ୍ରୀୟ ପୂଜା କମିଟି ନିର୍ବାଚନ ୩ଟି ଜୋନ ଲାଗି କରାଯାଉଛି। ସିଭିଲ ଟାଉନ୍ ଶିପ୍ , ଷ୍ଟିଲ ଟାଉନ୍ ଶିପ୍ ଏବଂ ଫର୍ଟିଲାଇଜର ଜୋନ ପୂଜା କମିଟି ର ସଦସ୍ୟ ମାନେ ଏଥିରେ ସାମିଲ ହୋଇଛନ୍ତି। ମୁଖ୍ୟତଃ ସାଧାରଣ ସମ୍ପାଦକ , ଉପ ସଭାପତି , ଯୁଗ୍ମ ସମ୍ପାଦକ , କୋଷାଧ୍ୟକ୍ଷ ଏବଂ କାର୍ଯ୍ୟ କାରିଣୀ ସଦସ୍ୟ ପଦ ପାଇଁ ଏହି ନିର୍ବାଚନ ହେଉଛି। ବିଭିନ୍ନ ପଦବୀ ପାଇଁ ସମୁଦାୟ ୩୨ ଜଣ ପ୍ରାର୍ଥୀ ନିର୍ବାଚନରେ ଅବତୀର୍ଣ୍ଣ ହୋଇଛନ୍ତି। ଆଜି ସକାଳୁ ପାନପୋଷ ଆଇ ଟି ଡି ଏ ସମ୍ମିଳନୀ କକ୍ଷରେ ନିର୍ବାଚନ ପାଇଁ ଭୋଟ ଗ୍ରହଣ କରାଯାଇଥିଲା। ଶାନ୍ତି ଶୃଙ୍ଖଳା ସହ ଭୋଟ ଗ୍ରହଣ ସମାପ୍ତ ହୋଇଥିବା ବେଳେ ସନ୍ଧ୍ୟାରେ ଭୋଟ ଗଣତି ହେବ।