ବଣାଇ : ଗୋଠ ଛଡା ଦନ୍ତା ହାତୀର ଉତ୍ପାତ ଜାରି।। ଗାଁ ରେ ପଶି ୪ଟି ଘର ଭାଙ୍ଗିଲା ଦନ୍ତା।। ଶୀଘ୍ର କ୍ଷତିପୂରଣ ଦେବାକୁ ଦାବି।
ବଣାଇ : ୨୧/୯(ସତ୍ୟାନ୍ୟୁଜ) ବଣାଇ ଉପଖଣ୍ଡରେ ଦୁଇଟି ଗୋଠ ଛଡା ଦନ୍ତା ହାତୀ ଲୋକ ମାନଙ୍କ ନିଦ ହଜାଇ ଦେଇଛି। କୋଇଡା ଅଞ୍ଚଳରେ ଉପଦ୍ରବ କରୁଥିବା ଦନ୍ତା କୁ ବନ ବିଭାଗ ପକ୍ଷରୁ ରେଡ଼ିଓ କାଲାରିଙ୍ଗ କରି ଗତି ବିଧି ଉପରେ ନଜର ରଖା ଯାଇଛି। ଅନ୍ୟ ପକ୍ଷରେ ବଣାଇ ଅଞ୍ଚଳରେ ଗୋଠ ଛଡା ଦନ୍ତା ତାର ଉତ୍ପାତ ଜାରି ରଖିଛି
ଗତ କାଲି ରାତିରେ ହାତୀ ଗାଁ ମୁହାଁ ହୋଇ ଗୋବିନ୍ଦ ପୁର ପଞ୍ଚାୟତର ଘୁଷୁରା, ପତ୍ରା ପାଲି, ଗୋପୀନାଥ ପୁର, ନରସିଂହପୁର ଗାଁରେ ପଶି ପ୍ରାୟ ୪ଟି ଘର ଭାଙ୍ଗିବା ସହିତ ଘରେ ଥିବା ଧାନ ଚାଉଳ ନଷ୍ଟ କରି ଦେଇଛି।
ହାତୀ ଉତ୍ପାତ ଯୋଗୁ ଗ୍ରାମବାସୀ ପିଲା ଛୁଆ ଧରି ରାତି ସାରା ଅନିଦ୍ରା ରହୁଛନ୍ତି। ହାତୀ ଟି ଦିନରେ ଧରଣୀଧର ପାଲି ରେ ରହୁଥିବା ବେଳେ ରାତିରେ ବାହାରି ବିଭିନ୍ନ ଗାଁରେ ପଶି ଘର ଦ୍ୱାରା ଭାଙ୍ଗିବା ସହିତ ଫସଲ ନଷ୍ଟ କରୁଛି । ଗ୍ରାମବାସୀ ମାନଙ୍କୁ ଘର ଭଙ୍ଗା କ୍ଷତିପୂରଣ ଶୀଘ୍ର ଦେବା ସହ ହାତୀକୁ ଅନ୍ୟତ୍ର ଘଉଡାଇବାକୁ ବନ ବିଭାଗ କୁ ନିବେଦନ କରାଯାଇଛି।