ରାଉରକେଲା : ନୟା ବଜାରରେ ରାସ୍ତା ପାର୍ଶ୍ଵ ଅସ୍ଥାୟୀ ଦୋକାନ ଉଚ୍ଛେଦ ବେଳେ ଉତ୍ତେଜନା।। ଲୋକଙ୍କ ବିରୋଧ ଯୋଗୁଁ ଉଚ୍ଛେଦ କାମ ସ୍ଥଗିତ।
ରାଉରକେଲା : ୨୦/୯(ସତ୍ୟାନ୍ୟୁଜ) ସ୍ଥାନୀୟ ଲୋକ ଏବଂ ବିଭିନ୍ନ ରାଜନୈତିକ ଦଳର ବିରୋଧ ଯୋଗୁଁ ରାଉରକେଲା ନୟା ବଜାର ଅଞ୍ଚଳର ରାସ୍ତା ପାର୍ଶ୍ବରେ ହେବାକୁ ଥିବା ଅସ୍ଥାୟୀ ଦୋକାନର ଉଚ୍ଛେଦ କାର୍ଯ୍ୟ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରହିଲା। ଆଲୋଚନା କରାଯାଇ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି ଜଣା ପଡିଛି।
ରାଉରକେଲା ୨୧ ନମ୍ବର ସେକ୍ଟର ନୟବଜାର ରେ ଆଜି ରାସ୍ତା କଡ଼ରୁ ଅତିକ୍ରମଣ ହଟାଇବାର କାର୍ଯ୍ୟକ୍ରମ ଥିଲା। ମହାନଗର ନିଗମ ପକ୍ଷରୁ ଏହି ଉଚ୍ଛେଦ କାମ ପାଇଁ ଜେସିବି , ଟ୍ରକ୍ ଆଦି ସହ କର୍ମଚାରୀ ମାନେ ପହଞ୍ଚି ଥିଲେ। ନୟା ବଜାର ଛକରୁ ଓ ଏସ ଏ ପି କ୍ୟାମ୍ପସ ପର୍ଯ୍ୟନ୍ତ ରାସ୍ତା ପାର୍ଶ୍ଵ ଉଚ୍ଛେଦ କାମ ଆରମ୍ଭ ହେବା ବେଳେ ସ୍ଥାନୀୟ ଲୋକେ ବିରୋଧ କରିଥିଲେ। ଉତ୍ତେଜନା ବଢିବାରୁ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ। ଉଭୟ ବିଜେପି ଏବଂ ବିଜେଡି ରେ କାର୍ଯ୍ୟକର୍ତ୍ତା ସେଠାରେ ପହଞ୍ଚି ଥଇଥାନ ପରେ ଉଚ୍ଛେଦ ଦାବି କରିଥିଲେ। ଲୋକଙ୍କ ବିରୋଧ ପରେ ଆଲୋଚନା କରାଯାଇ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ରାସ୍ତା ପାର୍ଶ୍ଵ ଉଚ୍ଛେଦ କାମ ବନ୍ଦ ରହିବା ନେଇ ଜଣା ପଡ଼ିଛି।