ନକଲିବିଦେଶୀମଦକୁସାବଧାନ !
ରାଉରକେଲା : ୨୦/୯(ସତ୍ୟାନ୍ୟୁଜ) ସରକାରୀ ଲାଇସେନ୍ସ ପ୍ରାପ୍ତ ବିଦେଶୀ ମଦ ଦୋକାନରୁ ମଦ କିଣି ପିଉ ଥିଲେ ମଧ୍ୟ ସାବଧାନ ରୁହନ୍ତୁ। ଆପଣ କିଣି ପିଉଥିବା ମଦ ନକଲି ହୋଇ ପାରେ। ଭୁବନେଶ୍ବର ର ଏକ ୱାଇନ୍ ଶପ୍ ରୁ ନକଲି। ମଦ ମିଳିବା ପରେ ସାରା ରାଜ୍ୟରେ ଧରପଗଡ ଚାଲିବା ସହ ବିଦେଶୀ ମଦ ଦୋକାନରେ ଯାଞ୍ଚ ଚାଲିଛି। ରାଉରକେଲାରେ ମଧ୍ୟ ଅବକାରୀ ବିଭାଗ ପକ୍ଷରୁ ଯାଞ୍ଚ ତୃତୀୟ ଦିନରେ ପହଁଚିଛି। ଯଦିଓ ଏପର୍ଯ୍ୟନ୍ତ କୌଣସି ଦୋକାନରୁ ନକଲି ମଦ ମିଳି ନାହିଁ , ତଥାପି ସତର୍କ ରହିବାର ଆବଶ୍ୟକତା ରହିଛି। ଆଜି ଅବକାରୀ ବିଭାଗ ପକ୍ଷରୁ ଟି ସି ଆଇ ଛକ , ଉଦିତ ନଗର , ଗଙ୍ଗାଧରପାଲି ରେ ମଦ ଦୋକାନରେ ଯାଞ୍ଚ କରା ଯାଇଥିଲା। ସମସ୍ତ ଷ୍ଟକ୍ ସମ୍ବଲପୁର ସରକାରୀ ଡିପୋ ରୁ ଆସିଥିବା ଜଣା ପଡ଼ିଛି। ମୁଖ୍ୟତଃ ମଦ ବୋତଲ ରେ ଲେବେଲ୍, ବ୍ୟାଚ୍ ନମ୍ବର , ବାର୍ କୋଡ ସ୍କାନ ଜରିଆରେ ନକଲି ଏବଂ ଅସଲି ବ୍ରାଣ୍ଡ ଯାଞ୍ଚ କରାଯାଉଛି। ଏହି ଯାଞ୍ଚ ପ୍ରକ୍ରିୟା ଆଗକୁ ଜାରି ରହିବା ନେଇ ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି।