ସୁନ୍ଦରଗଡ଼ : ଫ୍ଲାଏ ଆଶ୍ ବ୍ୟବସାୟକୁ ନେଇ ଗୁଳିକାଣ୍ଡ ଏବଂ ମାଡପିଟ୍।। ଦର୍ଲିପାଲି ଏନ୍ ଟି ପି ସି ନିକଟରେ ଘଟଣା।

0 591

ଦର୍ଲିପାଲି ରେ ଫୁଟିଲା ଗୁଳି : ଫ୍ଲାଏ ଆଶ ବ୍ୟବସାୟ କୁ ନେଇ ଗୁଳିକାଣ୍ଡ ।

ସୁନ୍ଦରଗଡ଼ : ୧୯/୯(ସତ୍ୟାନ୍ୟୁଜ)
ସୁନ୍ଦରଗଡ଼ ଭଷ୍ମା ଥାନା ଦର୍ଲିପାଲି
ଏନ୍ ଟି ପି ସି ପାୱାର ପ୍ଲାଣ୍ଟ ନିକଟରେ ଘଟିଛି ଗୁଳିକାଣ୍ଡ । ଗଣ୍ଡଗୋଳ ସହ ଦୁଇ ରାଉଣ୍ଡ ଗୁଳି ଫୁଟିଥିବା ସୂଚନା ମିଳିଛି । ଫ୍ଲାଇ ଆଶ ବେପାର କୁ ନେଇ ଗୁଳିକାଣ୍ଡ ଘଟିଥିବା ଜଣାପଡିଛି । ୨୦ ରୁ ୨୫ ଜଣ ଦୁର୍ବୃତ୍ତ ମୁଖା ପିନ୍ଧି ଆସି ଫ୍ଲାଏ ଆଶ ବ୍ୟବସାୟ ରେ ଜଡିତ ସଞ୍ଜୟ ପାଣ୍ଡେ ଏବଂ ତାଙ୍କର ଅନ୍ୟ ଜଣେ ସହକର୍ମୀ ଙ୍କୁ ମାଡ ମାରିବା ସହ ସେଠାରେ ବ୍ୟାପକ ଭଙ୍ଗାରୁଜା କରିଛନ୍ତି । ଡ଼ରାଇବା ଉଦ୍ଦେଶ୍ୟରେ ଫାଙ୍କା ଗୁଳି ଚାଳନା କରିଥିବା ଜଣାପଡିଛି । ଦର୍ଲିପାଲି ଯାଦୁଗର ଛକ ନିକଟରେ ମାଡପିଟ କରିବା ସହ ଦୁର୍ବୃତ୍ତ ମାନେ ଦୁଇ ରାଉଣ୍ଡ ଗୁଳି ଫୁଟାଇ ଫେରାର ହୋଇଯାଇଥିଲେ । ଏନେଇ ସଞ୍ଜୟ ପାଣ୍ଡେ ଥାନା ରେ ଏତଲା ଦେଲା ପରେ ପୋଲିସ ତନାଘନା ଆରମ୍ଭ କରିଛି । ଘଟଣା ସ୍ଥଳେ ଗୋଟେ ରାଉଣ୍ଡ ଖୋକା ମିଳିଛି । ସୁନ୍ଦରଗଡ଼ ଏସପି ପ୍ରତ୍ୟୁଷ ଦିବାକର ଙ୍କ ନିର୍ଦ୍ଦେଶ କ୍ରମେ ସଦର ଏସ ଡି ପି ଓ ହିମାଂଶୁ ଭୁଷଣ ବେହେରାଙ୍କ ନେତୃତ୍ବ ରେ ପୋଲିସ ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.