ସୁନ୍ଦରଗଡ଼ : କୁତ୍ରା ଥାନା ଅଞ୍ଚଳରେ ଯୁବତୀଙ୍କୁ ଗଣ ଦୁଷ୍କର୍ମ ଅଭିଯୋଗ।। ତିନି ଅଭିଯୁକ୍ତ ଅଟକ।। ପୋଲିସ ତଦନ୍ତ ଜାରି।
ରାଜଗାଙ୍ଗପୁର : ୧୯/୯(ସତ୍ୟାନ୍ୟୁଜ) ସୁନ୍ଦରଗଡ ଜିଲ୍ଲା କୁତ୍ରା ଅଞ୍ଚଳରେ ଏକ ସମ୍ବେଦିନଶିଳ ଘଟଣାରେ ଚାଞ୍ଚଲ୍ୟ ଖେଳି ଯାଇଛି । ଜଣେ ୧୮ ବର୍ଷୀୟ ଯୁବତୀଙ୍କ ସହ ଗଣ ଦୁଷ୍କର୍ମ ନେଇ ଅଭିଯୋଗ ହୋଇଛି । କୁତ୍ରା ଥାନା ରେ ପୀଡିତାଙ୍କ ଅଭିଯୋଗ ପରେ ଏକ ମାମଲା ରଜ୍ଜୁ କରି ପୋଲିସ ଘଟଣାର ତଦନ୍ତ କରୁଛି। ଘଟଣା ଟି ଦୁଇ ଦିନ ତଳେ ଘଟିଛି । କରମା ପୂଜା ଦେଖିବାକୁ ଆସିଥିବା ୩ ଜଣ ଅଭିଯୁକ୍ତ ସୋମବାର ରାତିରେ ଯୁବତୀଙ୍କ ସହ ଏହି ବର୍ବର କାଣ୍ଡ ଭିଆଇ ଥିବା ନେଇ ସୂଚନା ମିଳିଛି । ପୀଡିତା ଜଣକ ମଙ୍ଗଳବାର ୧୭ ତାରିଖ ଦିନ କୁତ୍ରା ଥାନାରେ ଏ ନେଇ ଏତଲା ଦେବା ପରେ କୁତ୍ରା ପୋଲିସ ମାମଲା ରୁଜ କରି ତଦନ୍ତ ଜାରି ରଖିଛି । ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ଯୁବତୀଙ୍କ ପରିଚିତ ବୋଲି ଜଣା ପଡ଼ିଛି। ତିନି ଜଣ ଅଭିଯୁକ୍ତଙ୍କ ଘର ବିରମିତ୍ରପୁର ଥାନା ଅଞ୍ଚଳର ହୋଇଥିବା ଜଣା ପଡ଼ିଛି। ପୋଲିସ ଏହି ମାମଲାରେ ତିନି ଜଣଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଥିବା ଏସଡିପିଓ ଅଭିଷେକ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।