ରାଉରକେଲା : ବଢୁଛି ବ୍ରାହ୍ମଣୀ ନଦୀର ଜଳ ସ୍ତର।। ମନ୍ଦିରା ଡ୍ୟାମ୍ ର ୧୦ ଟି ଗେଟ୍ ଖୋଲା।। ତଳି ଅଞ୍ଚଳରେ ବନ୍ୟା ଜଳ ପଶିବା ସମ୍ଭାବନା।

0 420

ରାଉରକେଲା : ୧୮/୯(ସତ୍ୟା ନ୍ୟୂଜ୍) ବଢୁଛି ବ୍ରାହ୍ମଣୀ ନଦୀର ଜଳ ସ୍ତର। ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବ୍ରାହ୍ମଣୀ ରେ ଜଳ ସ୍ତର ବୃଦ୍ଧି ପାଇଛି। ରାଉରକେଲା ଇସ୍ପାତ କାରଖାନା କର୍ତ୍ତୃପକ୍ଷ ମନ୍ଦିରା ଡ୍ୟାମ୍ ର ୧୦ଟି ଗେଟ୍ ଖୋଲି ଦେଇଥିବାରୁ ବନ୍ୟା ଜଳ ଦ୍ରୁତ ଗତିରେ ବ୍ରହ୍ମଣୀ ରେ ପ୍ରବେଶ କରୁଛି। ରାଉରକେଲାର ବ୍ରାହ୍ମଣୀ ନଦୀ କୂଳରେ ଥିବା ତଳି ଅଞ୍ଚଳର କେତେକ ସ୍ଥାନରେ ବନ୍ୟା ଜଳ ପଶିଥିବା ସୂଚନା ମିଳିଛି।
ଅନ୍ୟ ପକ୍ଷରେ ସୁନ୍ଦରଗଡ଼ ଜିଲ୍ଲା ବଣାଇଁ ବ୍ଲକର ଜାଙ୍ଗଳା – ମସିନ୍ତାକୁ ସଂଯୋଗ କରୁଥିବା ସିଆଁ ଜୋର ରାସ୍ତା ରେ ମଧ୍ୟ ବ୍ରାହ୍ମଣୀ ପାଣି ମାଡି ଯାଇଛି। ନୂତନ ଭାବେ ତିଆରି ହୋଇଥିବା ବ୍ରିଜ ରେ ଆଣ୍ଠୁଏ ଉପରେ ପାଣି ଚାଲୁଥିବାରୁ ଯୋଗାଯୋଗ ବିଛିନ୍ନ ହୋଇ ଯାଇଛି। ମନ୍ଦିରା ଡ୍ୟାମ୍ ର ସମସ୍ତ ଗେଟ୍ ଖୋଲା ଥିବାରୁ ବ୍ରାହ୍ମଣୀ ଜଳ ସ୍ତର ଆହୁରି ବୃଦ୍ଧି ପାଇବାର ସମ୍ଭାବନା ରହିଛି।

Leave A Reply

Your email address will not be published.