ସୁନ୍ଦରଗଡ଼ : ରାସ୍ତାରେ ଝାଡୁ ମାରିଲେ ଜିଲ୍ଲାପାଳ।। ସ୍ଵଚ୍ଛତା ଅଭିଯାନରେ ମଧ୍ୟ ସାମିଲ ହେଲେ ଜିଲ୍ଲାର ଅନ୍ୟ ପ୍ରଶାସନିକ ଅଧିକାରୀ।
ସୁନ୍ଦରଗଡ଼ : ୧୭/୯(ସତ୍ୟାନ୍ୟୂଜ୍) ରାସ୍ତାରେ ଝାଡୁ ମାରିଲେ ଜିଲ୍ଲାପାଳ। ତାଙ୍କ ସହ ଆବର୍ଜନା ଉଠାଇବାରେ ଏବଂ ଝାଡୁ ମାରିବାରେ ସାମିଲ ହେଲେ ଜିଲ୍ଲାର ବରିଷ୍ଠ ପ୍ରଶାସନିକ ଅଧିକାରୀ ମାନେ। ସୁନ୍ଦରଗଡ଼ ରାଜରାସ୍ତାରେ ମଙ୍ଗଳବାର ସକାଳେ ଆରମ୍ଭ ହୋଇଥିବା ସଫେଇ ଅଭିଯାନରେ ଦେଖିବାକୁ ମିଳିଥିଲା ଏପରି ଦୃଶ୍ୟ। ସୁନ୍ଦରଗଡ଼ ପୌରାଞ୍ଚଳ ୧ ନମ୍ବର ୱାର୍ଡ ର ଟେଲିଫୋନ ଭବନ ନିକଟରେ “ସ୍ୱଚ୍ଛତା ହିଁ ସେବା” କାର୍ଯ୍ୟକ୍ରମ ଅନ୍ତର୍ଗତ ସମୂହ ସଫେଇ କାର୍ଯ୍ୟକ୍ରମର ଅୟୋଜନ କରାଯାଇଥିଲା। ଏଥିରେ ଜିଲ୍ଲାପାଳ ମନୋଜ ସତ୍ୟବାନ୍ ମହାଜନ ଯୋଗ ଦେଇ ନିଜ ହାତରେ ଆବର୍ଜନା ଉଠାଇଛନ୍ତି। କେବଳ ଜିଲ୍ଲାପାଳ ନୁହେଁ , ଜିଲ୍ଲାର ଦୁଇ ଅତିରିକ୍ତ ଜିଲ୍ଲାପାଳ , ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ତଥା ଉନ୍ନୟନ ଅଧିକାରୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ପୌର ନିର୍ବାହୀ ଅଧିକାରୀ ଏବଂ ପୌରଧ୍ୟକ୍ଷା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ସମସ୍ତେ ହାତରେ ଆବର୍ଜନା ଉଠାଇ , ରାସ୍ତାରେ ଝାଡୁ ମାରି ସ୍ଵଚ୍ଛତା ର ବାର୍ତ୍ତା ଦେଇଛନ୍ତି।