ସୁନ୍ଦରଗଡ଼ : ରାଜ୍ୟ ସ୍ତରୀୟ “ସୁଭଦ୍ରା” ଯୋଜନାର ଶୁଭାରମ୍ଭ ଆଜି।। ଏହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ସୁନ୍ଦରଗଡ଼ ରୁ ଗଲେ ଟିମ୍।
ରାଜ୍ୟ ସ୍ତରୀୟ ସୁଭଦ୍ରା ଯୋଜନା ଶୁଭାରମ୍ଭ କାର୍ଯ୍ୟକ୍ରମ ରେ ଯୋଗ ଦେବାକୁ ସୁନ୍ଦରଗଡ଼ ରୁ ଗଲେ ଟିମ୍
ସୁନ୍ଦରଗଡ଼, ୧୭/୦୯: ଆଜି ରାଜ୍ୟ ସରକାରଙ୍କ ଯୁଗାନ୍ତକାରୀ ଯୋଜନା “ସୁଭଦ୍ରା ଯୋଜନା” ର ଶୁଭାରମ୍ଭ ହେବାକୁ ଯାଉଛି। ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସୁଭଦ୍ରା ଯୋଜନା ର ଶୁଭାରମ୍ଭ କରିବେ। ଭୁବନେଶ୍ୱର ସ୍ଥିତ ଜନତା ମଇଦାନ ଠାରେ ହେବାକୁ ଥିବା ଏହି ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ରେ ଯୋଗ ଦେବାକୁ ସୁନ୍ଦରଗଡ଼ ଜିଲ୍ଲା ରୁ ଏକ ସ୍ବତନ୍ତ୍ର ଟିମ୍ ଆଜି ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିଛି। ଏହି ଅବସର ରେ ଆଜି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରବି ନାରାୟଣ ସାହୁ ଏବଂ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ
ଦୁଃଖବନ୍ଧୁ ନାୟକ ଏହି ଟିମ୍ ର ଉଭୟ ବସ କୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ଟିମ୍ ରେ ମିଶନ ଶକ୍ତି ର ଜିଲ୍ଲା ପ୍ରକଳ୍ପ ପରିଚାଳକ ଶ୍ରୀ ବସନ୍ତ ମଲ୍ଲିକ, ସଦର , ସବଡେଗା, ଟାଙ୍ଗରପାଲି ଲେଫ୍ରିପଡା ବ୍ଲକ ରୁ ସୁଭଦ୍ରା ଯୋଜନା ର ହିତାଧିକାରୀ, ଅଙ୍ଗନୱାଡ଼ି କର୍ମୀ, ମିଶନ ଶକ୍ତି ର ବ୍ଲକ ପ୍ରକଳ୍ପ ପରିଚାଳକ ଏବଂ ଫାଷ୍ଟ ଏଡ୍ ବ୍ୟବସ୍ଥା ସହିତ ଆଶା କର୍ମୀ ମାନେ ରହିଛନ୍ତି।
ଆଜିର ଏହି କାର୍ଯ୍ୟକ୍ରମ ଅବସର ରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ କ୍ରୀଷ୍ଣା କୁମାରୀ ନନ୍ଦ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ନନ୍ଦିନୀ ମୁଣ୍ଡାରୀ, ଓଡ଼ିଶା ଜୀବିକା ମିଶନ ର ଜିଲ୍ଲା ପ୍ରକଳ୍ପ ପରିଚାଳକ ଶ୍ରୀ ସାମୁଏଲ ଟୋପ୍ପୋ, ଚିନ୍ମୟ ସରାଫ, ମିନାକ୍ଷୀ ପ୍ରଧାନ ଏବଂ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।