ରାଉରକେଲା : ନଭେମ୍ବର ୧୪ ମଧ୍ୟରେ ଆର୍ ଏସ ପି ସ୍ୱୀକୃତି ନିର୍ବାଚନ କରିବାକୁ ମାନ୍ୟବର ହାଇ କୋର୍ଟ ଙ୍କ ନିର୍ଦ୍ଦେଶ।। ଶ୍ରମିକ ରାଜନୀତି ସରଗରମ।

0 397

ରାଉରକେଲା : ୧୫/୧(ସତ୍ୟାନ୍ୟୂଜ) ରାଉରକେଲା ଇସ୍ପାତ କାରଖାନା ଶ୍ରମିକ ସଙ୍ଘ ସ୍ୱୀକୃତି ନିର୍ବାଚନ ନଭେମ୍ବର ୧୪ ତାରିଖ ମଧ୍ୟରେ କରିବାକୁ ଓଡ଼ିଶା ହାଇକର୍ଟଙ୍କ ରାୟ ପରେ ରାଜନୀତି ସରଗରମ ହୋଇ ଉଠିଛି। ସ୍ୱୀକୃତି ନିର୍ବାଚନ ଦୁଇ ମାସ ମଧ୍ୟରେ ହେବା ନେଇ ପ୍ରାୟ ନିଶ୍ଚିତ ଥିବା ବେଳେ ବିଭିନ୍ନ ଶ୍ରମିକ ସଙ୍ଗଠନ ସକ୍ରିୟ ହୋଇ ପଡିଛନ୍ତି। ପୂର୍ବରୁ ସ୍ଵୀକୃତି ପାଇଥିବା ୟୁନିୟନ ରାଉରକେଲା ଶ୍ରମିକ ସଙ୍ଘ ଏବଂ ଗାଙ୍ଗପୁର ମଜଦୂର ମଞ୍ଚ ନିଜ ସପକ୍ଷରେ ପ୍ରଚାର ଆରମ୍ଭ କରି ଦେଇଛନ୍ତି। ସେହିପରି ଭାରତୀୟ ମଜଦୂର ମଞ୍ଚ ମଧ୍ୟ ନିଜ ସପକ୍ଷରେ ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି। ଉଭୟ ଶ୍ରମିକ ସଙ୍ଘ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ନିଜ ନିଜର ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି। ଅନ୍ୟପକ୍ଷରେ ରାଉରକେଲା ମଜଦୂର ସଂଘ, ସିଟୁ ସଙ୍ଗଠନ ମଧ୍ୟ ନିର୍ବାଚନ ରେ ଅବତୀର୍ଣ୍ଣ ହେବାକୁ ପ୍ରସ୍ତୁତ ହେଉଛନ୍ତି। ମାର୍ଚ୍ଚ ୧୧ , ୨୦୨୪ ରେ ସ୍ୱୀକୃତି ଅବିଧି ସରି ଯାଇ ଥିବାରୁ ମାନ୍ୟବର ହାଇକୋର୍ଟ ଙ୍କ ନିର୍ଦ୍ଦେଶ କ୍ରମେ ଦୁଇମାସ ମଧ୍ୟରେ ନିର୍ବାଚନ ହେବ।

Leave A Reply

Your email address will not be published.