ରାଉରକେଲା : ରାଉରକେଲା – ହାୱଡା ବନ୍ଦେ ଭାରତ ଟ୍ରେନ୍ ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।। ରାଉରକେଲାରେ ଅତିଥି ଭାବେ ଥିଲେ ଓଡ଼ିଶାର ରାଜ୍ୟପାଳ ଏଵଂ କେନ୍ଦ୍ରମନ୍ତ୍ରୀ।
ରାଉରକେଲା : ୧୫/୯(ସତ୍ୟାନ୍ୟୁଜ) ଆଜି ଶୁଭାରମ୍ଭ ହେଲା ରାଉରକେଲା – ହାୱଡା ବନ୍ଦେ ଭାରତ ଟ୍ରେନ୍। ରଞ୍ଚିରୁ ଭିଡିଓ କନଫରେନ୍ସ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଟ୍ରେନ କୁ ଶୁଭାରମ୍ଭ କରିଥିବା ବେଳେ ରାଉରକେଲା ରେଳ ଷ୍ଟେସନରେ ଆୟୋଜିତ ଶୁଭାରମ୍ଭ କାର୍ଯ୍ୟକ୍ରମରେ ଓଡ଼ିଶାର ରାଜ୍ୟପାଳ ରଘୁବର ଦାସ , କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ , ବିଧାୟକ ସାରଦା ପ୍ରସାଦ ନାୟକ,ବିଧାୟକ ଦୁର୍ଗା ଚରଣ ତନ୍ତୀ, ଦକ୍ଷିଣ ପୂର୍ବ ରେଳପଥ ର ଅତିରିକ୍ତ ମହା ପ୍ରବନ୍ଧକ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଟ୍ରେନ ୧୮ ତାରିଖରୁ ନିୟମିତ ଭାବେ ରାଉରକେଲାରୁ ଚଳାଚଳ କରିବ। ଟ୍ରେନ୍ ରାଉଲକେଲା ଷ୍ଟେସନ୍ ରୁ ଦିନ ୧ଟା ୪୦ ମିନିଟ୍ ରେ ଛାଡ଼ିବାକୁ ଥିବା ବେଳେ ୭ଟା ୪୦ ମିନିଟ ରେ ହାୱଡା ରେ ପହଞ୍ଚିବ। ସେହିପରି ସକାଳ ୬ଟା ରେ ହାୱଡା ରୁ ଛାଡ଼ି ଦିନ ୧୧ଟା ୫୦ ମିନିଟ୍ ରେ ରାଉରକେଲାରେ ପହଞ୍ଚିବ। ତେବେ ଏହି ଟ୍ରେନ ର ରାଉରକେଲା ରୁ ଛାଡ଼ିବା ସମୟ ପରିବର୍ତ୍ତନ କରିବାକୁ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ରେଳମନ୍ତ୍ରୀ ଙ୍କୁ ନିବେଦନ କରିଛନ୍ତି।