ଭୁବନେଶ୍ୱର : ରାଜଧାନୀରାଜରାସ୍ତାରେ ଯୁବକଙ୍କ ବେପରୁଆ ଗାଡି ଡ୍ରାଇଭିଂ ରେ ଆତଙ୍କର ମାହୋଲ।। ୫ ଗିରଫ , ୨ ଗାଡ଼ି ଜବତ।

0 235

ଭୁବନେଶ୍ୱର : ୧୬/୯(ସତ୍ୟାନ୍ୟୂଜ୍) ରାଜଧାନୀ ଭୁବନେଶ୍ଵରରେ ବେପରୁଆ ଗାଡ଼ିଚାଳନା ଘଟଣାରେ କମିଶନରେଟ ପୁଲିସ ୫ ଜଣଙ୍କୁ ଗିରଫ କରିଥିବା ବେଳେ ୨ଟି ଗାଡ଼ି ଜବତ କରିଛି। ଭୁବନେଶ୍ୱରର ଜନପଥରେ ଟ୍ରାଫିକ ନିୟମକୁ ଉଲ୍ଲଂଘନ କରି ବେପରୁଆ ଭାବେ ଗାଡି ଚାଳନା କରିଥିଲେ ଏହି ଅଭିଯୁକ୍ତମାନେ। ସେମାନଙ୍କର ଆଉ କିଛି ସାଥୀ ମଧ୍ୟ ଅଛନ୍ତି। ସେମାନଙ୍କୁ ଧରିବାକୁ ପୋଲିସ ଖୋଜୁଛି।
ଅଭିଯୁକ୍ତମାନେ ମୋଟ ୪ଟି କାର୍‌ରେ ରାସ୍ତାରେ ଯାଉଥିବା ବେଳେ ବେପରୁଆ ଡ୍ରାଇଭିଂ କରି ଆତଙ୍କ ଖେଳାଇଥିଲେ। ଦୁଇଟି କାରରେ ଦୁଇ ଜଣ ସନ୍‌ ରୁଫ୍ ଦେଇ ବାହାରକୁ ବାହରିଥିଲେ ଓ ଜୋରରେ ହାଲ୍ଲା କରୁଥିଲେ। ସେଥିରୁ ଜଣେ ଗୋଟିଏ କାରର ଝରକା ଦେଇ ବାହାରକୁ ବସିଥିଲେ ଓ ପାଟି କରୁଥିଲେ।

ଗୋଟିଏ କାର ଅତି ବିପଜ୍ଜନକ ଭାବେ ରାସ୍ତାରେ ଯାଉଥିଲା। ତାହା କିଛି କ୍ଷଣ ପାଇଁ ଫୁଟ୍‌ ପାଥ୍ ଉପରକୁ ଚଢି ଚାଲିଥିଲା। ଏହା ଅନ୍ୟମାନଙ୍କ ପାଇଁ ବିପଦର କାରଣ ନିଶ୍ଚିତ ଭାବେ ହୋଇଥା’ନ୍ତା।

ସେତେବେଳେ ରାସ୍ତାରେ ଯାଉଥିବା ଲୋକଙ୍କ ମଧ୍ୟରୁ କେହି ନିଜ ମୋବାଇଲ ଫୋନ୍‌ରେ ଉକ୍ତ ଦୃଶ୍ୟକୁ ରେକର୍ଡ କରି ସୋଶାଲ ମିଡିଆରେ ପୋଷ୍ଟ କରିଥିଲେ। ଏହି ଭିଡିଓଟି ସତ୍ୟନଗର ବିଏମସି ଅଫିସ ସମ୍ମୁଖରୁ ରୂପାଲି ଛକ ମଧ୍ୟରେ ରେକର୍ଡ କରାଯାଇଥିଲା ।

ଭିଡିଓଟି ସୋଶାଲ ମିଡିଆରେ ଭାଇରାଲ ହୋଇଥିଲା। ଏହା ସହିତ ଏହି ଘଟଣା ନେଇ କମିଶନରେଟ ପୁଲିସର ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଘଟଣାର ଖୋଳତାଡ଼ କରି ପୁଲିସ୍ ୫ ଜଣଙ୍କୁ ଗିରଫ କରିଥିବା ବେଳେ ୨ଟି ଗାଡ଼ି ଜବତ କରିଛି।

Leave A Reply

Your email address will not be published.