ରାଉରକେଲା : ବର୍ଷା ଜଳ ନିଷ୍କାସନ ନହେବାରୁ ତିନୋଟି ବସ୍ତି ଜଳମଗ୍ନ।। ପ୍ରତିବାଦରେ ରାସ୍ତା ଅବରୋଧ।। ତ୍ରୁଟି ପୂର୍ଣ୍ଣ ଡ୍ରେନ ନିର୍ମାଣ ଯୋଗୁଁ ଏପରି ଅସୁବିଧା ଅଭିଯୋଗ।।

0 473

ରାଉରକେଲା : ୧୩/୯(ସତ୍ୟାନ୍ୟୁଜ) ବର୍ଷା ଜଳ ନିଷ୍କାସନ ହୋଇ ପାରୁ ନଥିବାରୁ ଆଜି ରାଉରକେଲା ଜେଲ୍ ରୋଡ ଲେବର ଟେନାମେଣ୍ଟ ଅଞ୍ଚଳର ୩ଟି ବସ୍ତି ଜଳ ମଗ୍ନ ହୋଇଛି। ଫଳରେ ଲୋକ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ରାମନଗର , କେଶରୀ ନଗର ଏବଂ ନେତାଜୀ ନଗରର ବାସିନ୍ଦା ମାନେ ଅଧିକ ପ୍ରଭାବିତ ହୋଇଛନ୍ତି। ଶୁକ୍ରବାର ଅପରାହ୍ନରେ ପ୍ରବଳ ବର୍ଷା ହେବା ଫଳରେ ଏହି ଅଞ୍ଚଳର ଡ୍ରେନ ଭରି ଯାଇଥିଲା। ତ୍ରୁଟି ପୂର୍ଣ୍ଣ ଡ୍ରେନ ବ୍ୟବସ୍ଥା ଯୋଗୁଁ ଜଳ ନିଷ୍କାସନ ରେ ବାଧା ସୃଷ୍ଟି ହୋଇ ଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି। ଘରେ ଘରେ ପାଣି ପଶି ଯିବାରୁ ପିଲାଙ୍କ ବହି ଖାତା ଠାରୁ ନେଇ ରୋଷେଇ ସାମଗ୍ରୀ ପର୍ଯ୍ୟନ୍ତ ନଷ୍ଟ ହୋଇ ଯାଇଛି। ସ୍ତ୍ରୀ ଲୋକ ମାନେ ଘରୁ ପାଣି ବାହାର କରିବାକୁ ଉଦ୍ୟମ କରିଥିଲେ ମଧ୍ୟ ପୁରା ସଫଳ ହୋଇ ପାରି ନାହାଁନ୍ତି। ବାରମ୍ବାର ଅଭିଯୋଗ ସ୍ୱତ୍ତେ ବିଭାଗୀୟ ଅଧିକାରୀ ଜଳ ନିଷ୍କାସନ ପାଇଁ ବ୍ୟବସ୍ଥା କରୁ ନଥିବାରୁ ସ୍ଥାନୀୟ ଲୋକେ ଆଜି ରାସ୍ତା ଅବରୋଧ ସହ ପ୍ରତିବାଦ କରିଛନ୍ତି। ଦୁଇ ପଟେ ଗାଡ଼ି ମଟର ରହି ଯିବାରୁ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଲୋକଙ୍କୁ ବୁଝା ସୁଝା କରୁଛନ୍ତି। ପୂର୍ବରୁ ବର୍ଷା ଜଳ ଠିକ୍ ଭାବେ ନିଷ୍କାସନ ହେଉଥିବା ବେଳେ ତ୍ରୁଟି ପୂର୍ଣ୍ଣ ନୂତନ ଡ୍ରେନ ନିର୍ମାଣ ଯୋଗୁ ଅସୁବିଧା ସୃଷ୍ଟି ହେଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

Leave A Reply

Your email address will not be published.