ରାଉରକେଲା : ହୋଟେଲ ରୁମ୍ ରୁ ଜଳିବା ଅବସ୍ଥାରେ ଉଦ୍ଧାର ଯୁବତୀଙ୍କ ମୃତ୍ୟୁ।। ଥାନାରେ ହତ୍ୟା ମାମଲା ରଜ୍ଜୁ।। ପୁରୁଷ ବନ୍ଧୁ ଗିରଫ।
ହୋଟେଲରେନିଆଁରେପୋଡ଼ିହୋଇଯାଇଥିବାଯୁବତୀଙ୍କମୃତ୍ୟୁ
ଥାନାରେହତ୍ୟାମାମଲାରଜ୍ଜୁ #ପୁରୁଷବନ୍ଧୁଗିରଫ
ରାଉରକେଲା : ୧୩/୯(ସତ୍ୟାନ୍ୟୁଜ) ରାଉରକେଲା ଷ୍ଟେସନ୍ ରୋଡ ସ୍ଥିତ ମହାରାଜା ହୋଟେଲରେ ଗୁରୁବାର ଦିନ ପୋଡ଼ି ହୋଇ ଆଇଜିଏଚ୍ ରେ ଚିକିତ୍ସିତ ଥିବା ଯୁବତୀଙ୍କ ଗତକାଲି ବିଳମ୍ବିତ ରାତିରେ ମୃତ୍ୟୁ ହୋଇ ଯାଇଛି। ପରିବାର ଲୋକ ମାନେ ଉକ୍ତ ଯୁବତୀଙ୍କୁ ତାଙ୍କ ପୁରୁଷ ବନ୍ଧୁ ଅଜୟ କୁମାର ସାହା ହତ୍ୟା କରିଥିବା ପ୍ଲାଣ୍ଟ ସାଇଟ୍ ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଅଜୟଙ୍କୁ ଗିରଫ କରି ଘଟଣାର ତଦନ୍ତ କରୁଛନ୍ତି। ଆଜି ମାଜିଷ୍ଟ୍ରେଟଙ୍କ ଉପସ୍ଥିତି ରେ ଏହି ଘଟଣା ଘଟିଥିବା ହୋଟେଲ ରେ ସାଇଣ୍ଟଫିକ୍ ଟିମ୍ ଯାଞ୍ଚ କରୁଛନ୍ତି। ଘଟଣା ସ୍ଥଳରେ ଡି ଏସପି ନିର୍ମଳ ଚନ୍ଦ୍ର ମହାପାତ୍ର , ପ୍ଲାଣ୍ଟ ସାଇଟ୍ ଆଇ ଆଇ ସି ଜୟ ନାରାୟଣ ଖଣ୍ଡେଇ ଏବଂ ଅନ୍ୟ ପୋଲିସ ଅଧିକାରୀ ମାନେ ଅଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ ବ୍ରାହ୍ମଣୀ ତରଙ୍ଗ ଥାନା ଅନ୍ତର୍ଗତ ଝରା ବାହାଲ ଗ୍ରାମର ଜଣେ ଯୁବତୀ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ରାଉରକେଲା ଆସିଥିଲେ। ଉକ୍ତ ଯୁବତୀ ତାଙ୍କ ପୁରୁଷ ବନ୍ଧୁ ଅଜୟ କୁମାର ସାହା ଙ୍କ ସହ ଷ୍ଟେସନ୍ ରୋଡ ସ୍ଥିତ ମହାରାଜା ହୋଟେଲ ରେ ରହିବାକୁ ଏକ ରୁମ୍ ନେଇଥିଲେ। କିଛି ସମୟ ପରେ ଉକ୍ତ ରୁମ୍ ରୁ ଧୂଆଁ ବାହାରୁ ଥିବାରୁ ହୋଟେଲ କର୍ମଚାରୀ ମାନେ କବାଟ ଠେଲି ଭିତରକୁ ଯାଇଥିଲେ। ସେତେ ବେଳକୁ ଉକ୍ତ ଯୁବତୀ ନିଆଁ ରେ ପୋଡ଼ି ହୋଇ ଜଳୁ ଥିଲେ। ସଙ୍ଗେ ସଙ୍ଗେ ହୋଟେଲ କର୍ମଚାରୀ ମାନେ ଉକ୍ତ ଯୁବତୀଙ୍କୁ କମ୍ବଳ ସାହାଯ୍ୟରେ ଘୋଡାଇ ଦେଇଥିଲେ। ପରେ ତାଙ୍କୁ ଆଇଜିଏଚ ଚିକିତ୍ସା ପାଇଁ ନିଆ ଯାଇଥିଲା। ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ଖବର ପାଇ ପରିବାର ଲୋକେ ପ୍ଲାଣ୍ଟ ସାଇଟ୍ ଥାନାରେ ତାଙ୍କ ଝିଅ ସ୍ୱାଗତିକା କୁ ମାରି ଦିଆ ଯାଇଥିବା ମାମଲା ରଜ୍ଜୁ କରିଥିଲେ। ପୋଲିସ ଏତଲା କୁ ଭିତ୍ତି କରି ସ୍ୱାଗତିକା ଙ୍କ ପୁରୁଷ ବନ୍ଧୁ ବନପୋଷ ନିବାସୀ ଅଜୟ କୁମାର ସାହା ଙ୍କୁ ଗିରଫ କରି ତଦନ୍ତ ଜାରି ରଖିଛି।