ରାଉରକେଲା : ସିନେ କାର୍ଣିଭାଲ ମଲ୍ଟି ପ୍ଲେକ୍ସ୍ ରେ ରିଲିଜ୍ ହେଲା ରାଉରକେଲାରେ ନିର୍ମିତ ସିନେମା” ପତଙ୍ଗ “।। ଟ୍ରେନ୍ ରେ ଝାଡୁ ମାରୁଥିବା ପିଲାଙ୍କ ଉପରେ ନିର୍ମିତ ସିନେମା।

0 435

ରାଉରକେଲା : ୧୩/୯(ସତ୍ୟାନ୍ୟୁଜ) ରାଉରକେଲାର ଉଦ୍ୟମୀ ଯୁବକ ବିଭୂତି କୁମାର ଗୁପ୍ତା ନିର୍ମାଣ କରିଛନ୍ତି ଏକ ବାସ୍ତବ ଧର୍ମୀ ହିନ୍ଦୀ ସିନେମା ‘ ପତଙ୍ଗ ‘। ଏହାର ନିର୍ଦ୍ଦେଶନା ଦେଇଛନ୍ତି ମାଧବ ଚନ୍ଦ୍ର ପରିଡା। ଏହି ସିନେମା ଆଜି ରାଉରକେଲାର ସିନେ କାର୍ଣିଭାଲ ମଲ୍ଟି ପ୍ଲେକ୍ସ ରେ ରିଲିଜ୍ ହୋଇଛି। ଏହି ପରୀପ୍ରେକ୍ଷୀରେ ଫିଲ୍ମ ର ନିର୍ମାତା , ନିର୍ଦ୍ଦେଶକ, କଳାକାର ମାନେ ହଲ୍ ରେ ଉପସ୍ଥିତ ଥିଲେ। ମଲ୍ଟିପ୍ଲେକ୍ସ ର ମ୍ୟାନେଜିଙ୍ଗ ଡାଇରେକ୍ଟର ଅମିତାଭ ସାମଲ ଫିଲ୍ମ ରେ କାମ କରିଥିବା ଟିମ୍ ସଦସ୍ୟଙ୍କୁ ଫୁଲ ତୋଡା ଦେଇ ସ୍ବାଗତ କରିଥଲେ। ସିନେମାର କାହାଣୀ ଟ୍ରେନ୍ ରେ ବୁଲି ଝାଡୁ ମାରୁଥିବା , ଭିକ୍ଷା ବୃତ୍ତି କରି ପେଟ ପୋଷୁଥିବା ଛୋଟ ଛୋଟ ପିଲାଙ୍କ ଉପରେ ଆଧାରିତ।
ଟ୍ରେନ୍ ରେ ଗଲା ବେଳେ ଆମେ ପ୍ରାୟ ଏପରି ନିସହାୟ ପିଲାଙ୍କୁ ପେଟ ପାଇଁ ଝାଡୁ ମାରି ପଇସା ପାଇଁ ହାତ
ପତେଇବା ଦେଖି ଥାଉଁ। ଏହି ପିଲା ମାନଙ୍କର ଅଭିଭାବକ ନଥିବାରୁ ସେମାନେ ନିଶା କବଳରେ ମଧ୍ୟ ପଡ଼ିଯାଆନ୍ତି। ପ୍ରାୟ ୧୩ ଜଣ ଛୋଟ ଛୋଟ ପିଲାଙ୍କ କାହାଣୀକୁ ନେଇ ଏହି ସିନେମା ପ୍ରସ୍ତୁତ କରାଯାଇଛି। ମୁଖ୍ୟ ଚରିତ୍ରରେ ରାଉରକେଲା ଏବଂ ଆଖପାଖ ଅଞ୍ଚଳର ପିଲା ମାନେ ନିଜ ନିଜ କଳା ପ୍ରଦର୍ଶନ କରିଛନ୍ତି। ସିନେମାକୁ କେନ୍ଦ୍ରୀୟ ସେଂସର ବୋର୍ଡ ର ପ୍ରମାଣ ପତ୍ର ମିଳି ସାରିବା ପରେ ଆଜି ବିଭିନ୍ନ ସ୍ଥାନରେ ରିଲିଜ୍ କରାଯାଇଛି।

Leave A Reply

Your email address will not be published.