ସୁନ୍ଦରଗଡ଼ : ‘ ସୁଭଦ୍ରା ‘ ଯୋଜନା ଫର୍ମ ପାଇଁ ଟଙ୍କା ଆଦାୟ ଅଭିଯୋଗ।। ଜନ ସେବା କେନ୍ଦ୍ର ସିଲ୍। ଭି ଏଲ୍ ଇ ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ।

0 503

*ସୁଭଦ୍ରା ଫର୍ମ ପାଇଁ ଟଙ୍କା ଆଦାୟ ଘଟଣା ରେ କାର୍ଯ୍ୟାନୁଷ୍ଠାନ।
*ଜନ ସେବା କେନ୍ଦ୍ର ସିଲ୍

ସୁନ୍ଦରଗଡ଼ : ୧୨/୯ (ସତ୍ୟାନ୍ୟୁଜ) ସୁଭଦ୍ରା ଯୋଜନା ରେ ଅନ୍ତର୍ଭୁକ୍ତ ହେବା ନିମନ୍ତେ ଫର୍ମ ସମ୍ପୂର୍ଣ୍ଣ ଦେୟ ମୁକ୍ତ ରହିଛି। ଜନ ସେବା କେନ୍ଦ୍ର, ମୋ ସେବା କେନ୍ଦ୍ର ମାନେ ଫର୍ମ ପାଇଁ କୌଣସି ହିତାଧିକାରୀ ମାନଙ୍କ ଠାରୁ ଟଙ୍କା ଆଦାୟ କରିପାରିବେ ନାହିଁ ବୋଲି ନିର୍ଦ୍ଦେଶ ମଧ୍ୟ ରହିଛି। ଏହି ନିର୍ଦ୍ଦେଶ ର ଉଲଂଘନ ଅଭିଯୋଗ ରେ ହେମଗିର ବ୍ଲକ ର ଅଙ୍କେଲବିରା ର ଜନ ସେବା କେନ୍ଦ୍ର କୁ ବ୍ଲକ ପ୍ରଶାସନ ଦ୍ବାରା ଜବତ କରାଯାଇଅଛି ଏବଂ ସଂପୃକ୍ତ ଜନ ସେବା କେନ୍ଦ୍ରର ଭି.ଏଲ୍. ଇ. ଙ୍କ ବିରୋଧ ରେ ଏଫ୍.ଆଇ.ଆର୍. ଦିଆଯାଇଛି।
ପ୍ରକାଶ ଥାଉ କି ସଂପୃକ୍ତ
ଭି.ଏଲ. ଇ. ଜଣକ ଫର୍ମ ପାଇଁ ହିତାଧିକାରୀ ମାନଙ୍କ ଠାରୁ ଟଙ୍କା ଆଦାୟ କରୁଥିଲେ। ଏପରିକି ଅଙ୍ଗନୱାଡ଼ି କର୍ମୀ, ସ୍ୱୟଂ ସହାୟକ ଗୋଷ୍ଠୀ ର ସଭ୍ୟ ମାନଙ୍କ ଠୁ ମଧ୍ୟ ଟଙ୍କା ଆଦାୟ କରୁଥିଲେ। ଅଭିଯୋଗ ପାଇ ହେମଗିର ଗୋଷ୍ଠି ଉନ୍ନୟନ ଅଧିକାରୀ ଶ୍ରୀ ବିଶ୍ଵନାଥ ସାହୁ ଗ୍ରାମ ପଞ୍ଚାୟତ ସ୍ତରୀୟ ନୋଡାଲ ଅଧିକାରୀ ମାନଙ୍କ ଦ୍ଵାରା ଏହାର ଅନୁସନ୍ଧାନ କରେଇଥିଲେ। ଆଜି ଗୋଷ୍ଠି ଉନ୍ନୟନ ଅଧିକାରୀ ଶ୍ରୀ ସାହୁ ଏକ ଟିମ୍ ସହ ଯାଇ ସେହି କେନ୍ଦ୍ର କୁ ସିଜ୍ କରିଥିଲେ, କେନ୍ଦ୍ର ରେ ବ୍ୟବହୃତ ମେସିନ ଗୁଡ଼ିକ ମଧ୍ୟ ଜବତ କରାଯାଇଥିଲା ଏବଂ କେନ୍ଦ୍ର ର ଭି.ଏଲ. ଇ. ବିରୋଧ ରେ ଏଫ୍. ଆଇ. ଆର୍ ଦେଇଥିଲେ।

Leave A Reply

Your email address will not be published.