ରାଉରକେଲା : ବେଦାନ୍ତ କମ୍ପାନୀ ପ୍ରଦୂଷଣ କରୁଥିବା ଅଭିଯୋଗ।। ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ।
ରାଉରକେଲା : ୧୨/୯(ସତ୍ୟାନ୍ୟୂଜ) ପ୍ରଦୂଷଣ ରୋକିବା ସହ ଏହି ବଳୟ କୁ ଭାଙ୍ଗିବା ଲାଗି ସାରା ବିଶ୍ବ ଆଜି ଉଦ୍ୟମ ଜାରି ରଖିଛି। ପ୍ରଦୂଷଣ ମୁକ୍ତ ପରିବେଶ ସୃଷ୍ଟି କରିବା ଗୋଟିଏ ଦିନର କାମ ନୁହେଁ। ଏଥି ଲାଗି ନିରନ୍ତର ଉଦ୍ୟମ ଜାରି ରହିବା ଆବଶ୍ୟକ। ମାତ୍ର ବିକାଶ ନାଁ ରେ ସଠିକ୍ ପଦକ୍ଷେପ ନନେଇ ଏଥି ସେଠି ପ୍ରଦୂଷଣ କରିବା କେବେଭି ଗ୍ରହଣୀୟ ନୁହେଁ। ଏପରି ପ୍ରଦୂଷଣ କରିବା ଅଭିଯୋଗ ଆସିଛି ବେଦାନ୍ତ ଆଲୁମିନିଅମ ଏବଂ ପାୱାର ପ୍ଲାଣ୍ଟ ବିରୁଦ୍ଧରେ। ଏହି ପ୍ଲାଣ୍ଟ ଝାରସୁଗୁଡାରେ ଥିଲେ ମଧ୍ୟ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ଫ୍ଲାଏ ଆଶ୍ ଆଣି ପକାଉଛି। ଏହି ବର୍ଜ୍ୟ ବସ୍ତୁ ପକାଇବାକୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ର କେତେକ ସର୍ତ୍ତ ସହ ଅନୁମତି ରହିଛି। ମାତ୍ର ବେଦାନ୍ତ କମ୍ପାନୀ ଏହି ସର୍ତ୍ତ କୁ ଖିଲାଫ୍ କରି କୁଆଁରମୁଣ୍ଡା , କଲୁଙ୍ଗା , ରାଜଗାଙ୍ଗପୁର ଆଦି ସ୍ଥାନରେ ଫ୍ଲାଏ ଆଶ୍ ପକାଉଛି। ଫଳରେ ଜଳ , ବାୟୁ ପ୍ରଦୂଷଣ ହୋଇ ବିଭିନ୍ନ ରୋଗ ବ୍ୟାପୁଛି । ଏହା ବିରୁଦ୍ଧରେ ଗୁରୁବାର ଦିନ ବେଦବ୍ୟାସ ସେବା ସଙ୍ଗଠନ ପକ୍ଷରୁ ରାଉରକେଲା ପ୍ରଦୂଷଣ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରା ଯାଇଥିଲା।
ପରେ ଏକ ପ୍ରତିନିଧି ଦଳ ପ୍ରଦୂଷଣ ନିୟନ୍ତ୍ରଣ ଅଧିକାରୀ ଅନୁପ ମଲିକଙ୍କୁ ଭେଟି ଏକ ମାନପତ୍ର ଦେଇଥିଲେ। ବେଦାନ୍ତ କମ୍ପାନୀ ପ୍ରଦୂଷଣ ଆଇନ୍ ର ଖିଲାପ କରୁଥିବା ରିପୋର୍ଟ ଭୁବନେଶ୍ୱର ପଠାଇବା ପରେ କମ୍ପାନୀକୁ ୭୧ କୋଟି ଟଙ୍କା ଜରିମାନା ହୋଇଥିବା ପ୍ରଦୂଷଣ ଅଧିକାରୀ କହିଛନ୍ତି। ଏହାଛଡା ଏବେ ଆସିଥିବା ସାନି ଅଭିଯୋଗର ତଦନ୍ତ କରାଯାଇ ଉପଯୁକ୍ତ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।