ରାଉରକେଲା : ବିଦ୍ୟୁତ୍ କରେଣ୍ଟ ଆଘାତ ରେ ହାତୀ ମୃତ୍ୟୁ ଘଟଣାରେ ଜଣେ କର୍ମଚାରୀ ଗିରଫ।। ଇଟା ଭାଟିର ମାଲିକ ଫେରାର।

0 340

ରାଉରକେଲା : ୧୨/୯(ସତ୍ୟାନ୍ୟୂଜ) ବେଆଇନ୍ ବିଦ୍ୟୁତ୍ ତାର ସଂସପର୍ଶରେ ଆସି ମାଇ ହାତୀର ମୃତ୍ୟୁ ଘଟଣାରେ ରାଉରକେଲା ବନ ବିଭାଗ ଜଣଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତି ଜଣଙ୍କ ବିଦ୍ୟୁତ୍ ସଂଯୋଗ ହୋଇଥିବା ଇଟା ଭାଟିର କର୍ମଚାରୀ ଚନ୍ଦ୍ରମଣି ରଣା। ଇଟା ଭାଟି ର ମାଲିକ ଫେରାର ହୋଇ ଯାଇଛନ୍ତି। ଏହି ସୂଚନା ଏକ ସାମ୍ବାଦିକ ସମ୍ମିଳନୀରେ ରାଉରକେଲା ଡି ଏଫ୍ ଓ ଯଶବନ୍ତ୍ ସେଠୀ ଦେଇଛନ୍ତି।

ଏହି ହାତୀ ମୃତ୍ୟୁ ଘଟଣା ସେପ୍ଟେମ୍ବର ୧୦ ତାରିଖରେ ଘଟିଥିଲା ରାଉରକେଲା ନିକଟ ଲାଠିକଟା ପଞ୍ଚାୟତରେ। ସୋମବାର ରାତିରେ ଏକ ହାତୀ ପଲ୍ଲ ନୂଆଗାଁ ନିକଟ କ୍ଷେତ କୁ ଖାଦ୍ୟ ଅନ୍ୱେଷଣ ରେ ଆସିଥିଲେ। କ୍ଷେତ ଉପର ଦେଇ ଏକ ଇଟା ଭାଟି କୁ ବେଆଇନ ଭାବେ ଯାଇଥିବା ୧୧
କେ ଭି ବିଦ୍ୟୁତ୍ ଲାଇନ୍ ସଂସ୍ପର୍ଶ ରେ ଆସି ଏକ ହାତୀ ସେଠାରେ ମୃତ୍ୟୁ ବରଣ କରିଥିଲା। ହାତୀ ମୃତ୍ୟୁ ଖବର ପାଇ ରାଉରକେଲା ଡି ଏଫ୍ ଓ ଯଶବନ୍ତ ସେଠୀଙ୍କ ସମେତ ବରିଷ୍ଠ ବନ ଅଧିକାରୀ ମାନେ ଘଟଣା ସ୍ଥଳ ରେ ପହଞ୍ଚି ତଦନ୍ତ କରିଥିଲେ। ହାତୀ ମୃତ୍ୟୁ ଘଟଣାର ଅଧିକ ତଦନ୍ତ ପାଇଁ ଭୁବନେଶ୍ବର ରୁ ଏକ ଟିମ୍ ଆସି ମଧ୍ୟ ତଦନ୍ତ କରିଥିଲେ। ଇଟା ଭାଟା କୁ ୧୧ କେଭି ଲାଇନ୍ ରୁ ବେଆଇନ୍ ବିଦ୍ୟୁତ୍ ସଂଯୋଗ ହୋଇଥିବା ଯୋଗୁଁ ଏପ୍ରକାର ଅଘଟଣ ଘଟିଥିବା ଜଣା ପଡିଥିଲା। ତାପରେ କାର୍ଯ୍ୟନୁଷ୍ଠାନ ଆରମ୍ଭ ହୋଇଛି। ତେବେ ହାତୀ ମୃତ୍ୟୁକୁ ବିଦ୍ୟୁତ୍ ବିଭାଗର ଅବହେଳା ବୋଲି କହିଛନ୍ତି ରାଉରକେଲା ଡି ଏଫ୍ ଓ ।

Leave A Reply

Your email address will not be published.