ରାଉରକେଲା : କାର – ଟ୍ରେଲର ଧକ୍କାରେ ଡ୍ରାଇଭର ଙ୍କ ମୃତ୍ୟୁ। କାର ରେ ବସିଥିବା ଅନ୍ୟ ଜଣେ ଅଳ୍ପକେ ବତ୍ତିଲେ।

0 570

ରାଉରକେଲା : ୧୨/୯(ସତ୍ୟାନ୍ୟୂଜ) ରାଉରକେଲା ର କଲୁଙ୍ଗା ରୋଡ କୋଇଭଙ୍ଗା ନିକଟରେ ବୁଧବାର ବିଳମ୍ବିତ ରାତିରେ କାର – ଟ୍ରେଲର ଧକ୍କାରେ କାର ଡ୍ରାଇଭର ଙ୍କ ମୃତ୍ୟୁ ହୋଇଛି। କାର ରେ ବସିଥିବା ଅନ୍ୟ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ଏହି ଘଟଣାକୁ ନେଇ ଆଜି ସକାଳେ ଉତ୍ତେଜନା ପ୍ରକାଶ ପାଇଥିଲା। ସ୍ଥାନୀୟ ଲୋକମାନେ କ୍ଷତିପୂରଣ ଦାବିରେ ଅଡି ବସିଥିଲେ। ଟ୍ରେଲର ମାଲିକ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ପରେ ମୃତକ ବିକାଶ କେର୍କେଟା ଙ୍କ ଶବ ପୋଷ୍ଟମର୍ଟମ୍ ପାଇଁ ପଠା ଯାଇଛି।
ମିଳିଥିବା ସୂଚନା ଅନୁଯାୟୀ ଏହି ଦୁର୍ଘଟଣା ଗତକାଲି ରାତି ଗୋଟାଏ ବେଳେ ଘଟିଛି। ବିକାଶ ଏବଂ ଅନ୍ୟ ଜଣେ ରାଉରକେଲାର ଏକ ଘରୋଇ ହସ୍ପିଟାଲ ରୁ ନିଜ ଘର କୋଇଭାଙ୍ଗା ଯାଉଥିବା ବେଳେ କଲୁଙ୍ଗା ଶମିଲ ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ଟ୍ରେଲର ରେ ଲୋଡ୍ ହୋଇ ବାହାରକୁ ବାହାରିଥିବା ଷ୍ଟିଲ୍ ଚାନେଲ୍ ରେ କାର୍ ବାଡେଇ ହୋଇ ଯାଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣା ସ୍ଥଳରରେ ଗାଡ଼ି ଚଳାଉଥିବା ବିକାଶ କେର୍କେଟାଙ୍କ ମୃତ୍ୟୁ ହୋଇଥିଲା। ପୋଲିସ ଦୁର୍ଘଟଣାର ତଦନ୍ତ କରୁଛି।

Leave A Reply

Your email address will not be published.