ବଣେଇ : ବାଇକ୍ – ସ୍କୁଲ ଅଟୋ ମୁହାଁ ମୁହିଁ ଧକ୍କା।। ୨ ଛାତ୍ରଙ୍କ ସମେତ ବାଇକ୍ ଚାଳକ ଗୁରୁତର।। ରାଉରକେଲା ସ୍ଥାନାନ୍ତର।
*ଘରୋଇ ସ୍କୁଲ ଓଟୋ ଓ ବାଇକ ମୁହାଁମୁହିଁ ଧକ୍କା ।
*ବାଇକ ଚାଳକ ସହ ଦୁଇ ଛାତ୍ର ଗୁରୁତର
ବଣାଇ : ୧୨/୯(ସତ୍ୟାନ୍ୟୂଜ)
ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନାର ବ୍ରାହ୍ମଣନାଳି ଗ୍ରାମ ନିକଟରେ ସ୍କୁଲ ଅଟୋ ଏଵଂ ବାଇକ୍ ମୁହାମୁହିଁ ଧକ୍କା ହେବା ଫଳରେ ୨ ଛାତ୍ରଙ୍କ ସମେତ ବାଇକ୍ ଚାଳକ ଗୁରୁତର ଅଛନ୍ତି। ବଣାଇ ର ସେଣ୍ଟ ଜୋସେଫ୍ ସ୍କୁଲ କୁ ଛାତ୍ର ଛତ୍ରୀଙ୍କୁ ନେଇ ଯାଉ ଥିବା ଏକ ଓଟୋ ସହ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଅଟୋ ଟି ରାସ୍ତା ତଳକୁ ଖସି ଯାଇଥିଲା।
ଏହି ଅଟୋ ରେ ସ୍କୁଲର ୧୨ ଜଣ ଛାତ୍ର ଛାତ୍ରୀ ଯାଉଥିବା ବେଳେ ଦୁର୍ଘଟଣା ଘଟିଥିଲା। ବ୍ରାହ୍ମଣନାଳି ଗ୍ରାମ ନିକଟରେ ଏକ ବାଇକ ଚାଳକ ଦୃତ ଗତିରେ ଆସି ଅଟୋ କୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ସମସ୍ତ ଛାତ୍ର ଛାତ୍ରୀ ଆହତ ହୋଇ ଥିବା ବେଳେ ଦୁଇ ଜଣ ଛାତ୍ର ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟ ଲୋକ ମାନେ ତୁରନ୍ତ ଆହତଙ୍କୁ ବଣେଇ ଉପଖଣ୍ଡ ଚିକିତ୍ସାଳୟକୁ ପଠାଇ ଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଦୁଇ ଜଣ ଛାତ୍ର ଅଧିକ ଗୁରୁତର ଥିବାରୁ ତାଙ୍କୁ ଚିକିତ୍ସା ପାଇଁ ରାଉରକେଲା ପଠା ଯାଉଛି। ଗୁରୁତର ବାଇକ ଚାଳକଙ୍କୁ ବଣାଇ ଡାକ୍ତରଖାନାରେ ଚିକିତ୍ସା କରା ଯାଉଛି।
ବଣେଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉଭୟ ବାଇକ ଓ ଅଟୋକୁ ଜବତ କରିବା ସହିତ ଘଟଣାର ତଦନ୍ତ କରୁଛି।