ବିଭିନ୍ନ ସ୍ଥାନରେ ସୁଭଦ୍ରା ସଚେତନତା ରଥ କୁ ସ୍ଵାଗତ ସମାର୍ଦ୍ଧନା
ସୁନ୍ଦରଗଡ଼, ୧୧/୦୯: ଜନ କଲ୍ୟାଣକାରୀ ସୁଭଦ୍ରା ଯୋଜନା ନେଇ ଜିଲ୍ଲା ରେ ହିତାଧିକାରୀ ମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳୁଛି। ସୁଭଦ୍ରା ଯୋଜନା ରେ ଅନ୍ତର୍ଭୁକ୍ତ ହେବ ନିମନ୍ତେ ଜିଲ୍ଲା ର ସମସ୍ତ ୧୩୧୨ ଗୋଟି ଜନ ସେବା କେନ୍ଦ୍ର ଏବଂ ୩୩୪ ଗୋଟି ମୋ ସେବା କେନ୍ଦ୍ର ମାନଙ୍କରେ ଆବେଦନ ପ୍ରକ୍ରିୟା ଜୋର୍ ସର ରେ ଚାଲୁଅଛି।
ସେହିଭଳି ସମଗ୍ର ଜିଲ୍ଲା ରେ ୧୧ ଗୋଟି ସଚେତନତା ରଥ ବିଭିନ୍ନ ଅଞ୍ଚଳ ବୁଲି ବୁଲି ହିତାଧିକାରୀ ମାନଙ୍କୁ ଯୋଜନା ସମ୍ପର୍କରେ ବିସ୍ତୃତ ଭାବେ ଅବଗତ କରାଯାଉଅଛି। ଏହି ସୁଭଦ୍ରା ରଥ ଟି ଜିଲ୍ଲା ର ବିଭିନ୍ନ ଗାଁ ମାନଙ୍କରେ ପହଞ୍ଚିବା ପରେ ସେଠାରେ ସ୍ଥାନୀୟ ବାସିନ୍ଦା ଏବଂ ହିତାଧିକାରୀ ମାନଙ୍କ ଦ୍ଵାରା ରଥ ଟି କୁ ବିପୁଳ ସ୍ୱାଗତ ସମର୍ଦ୍ଧନା ଦିଆଯାଉଅଛି। ଏହି କ୍ରମ ରେ ଆଜି ଟାଙ୍ଗରପାଲି ବ୍ଲକ ର ତସଲାଦିହି, ସାନପତ୍ରାପାଲି ଗ୍ରାମ ପଞ୍ଚାୟତ, ବାଲିଶଙ୍କରା ବ୍ଲକ ର କିଞ୍ଜିରକେଲା, କରୁଆବାହାଲ ଓ ଧୁବେନଦାଣ୍ଡ ଗ୍ରାମ ପଞ୍ଚାୟତ ଆଦି ଅଞ୍ଚଳ ତଥା ଜିଲ୍ଲା ର ସମସ୍ତ ଗ୍ରାମାଞ୍ଚଳ ଏବଂ ୱାର୍ଡ ୱାର୍ଡ ମାନଙ୍କରେ ଏହି ସୁଭଦ୍ରା ସଚେତନତା ରଥ ଭ୍ରମଣ କରି ଯୋଜନା ବିଷୟ ରେ ବ୍ୟାପକ ଜନ ସଚେତନତା ସୃଷ୍ଟି କରୁଅଛି। ପ୍ରକାଶ ଥାଉ କି ଏହି ରଥ ଚଳିତ ୧୬ ତାରିଖ ପର୍ଯ୍ୟନ୍ତ ଜିଲ୍ଲା ର ସମସ୍ତ ଅଞ୍ଚଳ ମାନଙ୍କରେ ଭ୍ରମଣ କରିବ।