ବିରମିତ୍ରପୁର : ୧୦/୯(ସତ୍ୟାନ୍ୟୂଜ) ଆଜି ସନ୍ଧ୍ୟାରେ ବିରମିତ୍ରପୁର ରେ ସଡକ ଦୁର୍ଘଟଣାରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ କୁତ୍ରା ଥାନା ଅଞ୍ଚଳର ୨୨ ବର୍ଷୀୟ ସଚିନ୍ ସାହୁ ବୋଲି ଜନ ପଡ଼ିଛି। ମଙ୍ଗଳବାର ସନ୍ଧ୍ୟାରେ ସଚିନ୍ ବାଇକ୍ ରେ ଦୃତ ଗତିରେ ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ବାଇକ୍ ଟି ଏକ ଗଛରେ ପିଟି ହୋଇଗଲା ପରେ ସଚିନ୍ ରୋଡ ଉପରେ ଛିଟିକି ପଡ଼ିଥିଲେ।କେଉଁ ପରିପ୍ରେକ୍ଷୀରେ ଏହି ଦୁର୍ଘଟଣା ଘଟିଲା ତାହା ପୋଲିସ ତଦନ୍ତ କରୁଛି। ମୃତକଙ୍କ ନିକଟରୁ ଏକ ଆଧାର କାର୍ଡ ଏବଂ ଡ୍ରାଇଭିଂ ଲାଇସେନ୍ସ ମିଳିବା ପରେ ସେ ସଚିନ୍ ସାହୁ ବୋଲି ଜଣା ପଡିଥିଲା। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ସଚିନ୍ ଙ୍କୁ ତୁରନ୍ତ ବିରମିତ୍ରପୁର ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ବାବଦରେ ବିରମିତ୍ରପୁର ଥାନାରେ ଏକ ମାମଲା ରଜ୍ଜୁ ହୋଇଛି।