ରାଉରକେଲା : ହୱାଡ଼ା – ରାଉରକେଲା ଦ୍ୱିତୀୟ ବନ୍ଦେ ଭାରତ ଟ୍ରେନ୍ ପୂଜା ପୂର୍ବରୁ ଚାଲିବ।। ଏ ନେଇ ସମସ୍ତ ପ୍ରସ୍ତୁତି ଚୂଡାନ୍ତ।

0 420

ରାଉରକେଲାକୁ ଚାଲିବ ଦ୍ବିତୀୟ ବନ୍ଦେ ଭାରତ ଟ୍ରେନ୍ ।
ହାୱାଡ଼ା ରୁ ରାଉରକେଲା ଚାଲିବ ଟ୍ରେନ୍।
-୫ଟି ଷ୍ଟେସନରେ ରହଣି
-ସକାଳ ୬ଟାରେ ଛାଡ଼ିବ ହାୱଡା ଷ୍ଟେସନ
ରାଉରକେଲା : ୧୦/୯ (ସତ୍ୟାନ୍ୟୂଜ୍) ପୁରୀ-ରାଉରକେଲା ପରେ ଦ୍ବିତୀୟ ‘ବନ୍ଦେ ଭାରତ ଏକ୍ସପ୍ରେସ୍‌’ ହାୱଡାରୁ ରାଉରକେଲାକୁ ଗଡ଼ିବ। ହାଓ୍ବଡା-ରାଉରକେଲା ମଧ୍ୟରେ ଏହି ଟ୍ରେନ୍‌ ଦୁର୍ଗାପୂଜା ପୂର୍ବରୁ ଚାଲିବ ବୋଲି ଜଣାପଡ଼ିଛି। ଦକ୍ଷିଣପୂର୍ବ ରେଳବାଇ ପକ୍ଷରୁ ସମସ୍ତ ପ୍ରକ୍ରିୟା ଶେଷ ହୋଇ ଥିବା ସୂଚନା ଆମର ହସ୍ତଗତ ହୋଇଛି। ରହଣି ଓ ସମୟସାରଣୀ ମଧ୍ୟ ସ୍ଥିର ହୋଇସାରିଛି। ଏ ସଂକ୍ରାନ୍ତରେ ରେଳବାଇ ପକ୍ଷରୁ ୨/୩ ଦିନ ମଧ୍ୟରେ ବିଜ୍ଞପ୍ତି ପ୍ରକାଶ ପାଇବାର ସମ୍ଭାବନା ଅଛି। ଟ୍ରାଏଲ୍‌ ରନ୍‌ ପରେ ଏହି ଟ୍ରେନ୍‌ ସପ୍ତାହରେ ଗୁରୁବାର ବ୍ୟତୀତ ୬ ଦିନ ଚାଲିବ। ଟ୍ରେନ୍‌ରେ‌ ମୋଟ ୮ଟି କୋଚ୍‌ ରହିଛି। ସକାଳ ୬ଟାରେ ହାୱଡା ଷ୍ଟେସନ ଛାଡ଼ି ପୂର୍ବାହ୍ନ ୧୧ଟା ୫୦ ମିନିଟ୍‌ରେ ରାଉରକେଲା ଷ୍ଟେସନରେ ପହଞ୍ଚିବ। ହାୱଡା-ରାଉରକେଲା ମଧ୍ୟରେ ୪୧୩ କି.ମି. ଦୂରତା ଅତିକ୍ରମ କରିବାକୁ ଟ୍ରେନ୍‌କୁ ମୋଟ ୫ଘଣ୍ଟା ୫୦ ମିନିଟ୍‌ ସମୟ ଲାଗିବ।
ମୋଟ ୫ଟି ଷ୍ଟେସନ ଯଥା ହାୱଡା, ଖଡ଼ଗପୁର, ଟାଟାନଗର, ଚକ୍ରଧରପୁର ଓ ଶେଷରେ ରାଉରକେଲା ରହିବ। ସକାଳ ୬ଟାରେ ହାୱଡା ଷ୍ଟେସନ ଛାଡ଼ିବ ୭ଟା ୩୦ ମିନିଟ୍‌ରେ ଖଡ଼ଗପୁର ଷ୍ଟେସନରେ ପହଞ୍ଚିବ। ସକାଳ ୭ଟା ୩୨ ମିନିଟ୍‌ରେ ଖଡ଼ଗପୁର ଷ୍ଟେସନ ଛାଡ଼ିବ ୯ଟା ୧୫ ମିନିଟ୍‌ରେ ଟାଟାନଗର ଷ୍ଟେସନ ପହଞ୍ଚିବ। ସକାଳ ୯ଟା ୨୦ ମିନିଟ୍‌ରେ ଟାଟାନଗର ଛାଡ଼ି ୧୦ଟା ୮ ମିନିଟ୍‌ରେ ଚକ୍ରଧରପୁରରେ ପହଞ୍ଚିବ। ସକାଳ ୧୦ଟା ୧୦ ମିନିଟ୍‌ରେ ଚକ୍ରଧରପୁର ଷ୍ଟେସନ ଛାଡ଼ି ୧୧ଟା ୫୦ ମିନିଟ୍‌ରେ ରାଉରକେଲାରେ ପହଞ୍ଚିବ। ପୁଣି ରାଉରକେଲା ଷ୍ଟେସନରୁ ଅପରାହ୍ନ ୧ଟା ୪୦ ମିନିଟ୍‌ରେ ଛାଡ଼ି ୩ଟା ୧୫ ମିନିଟ୍‌ରେ ଚକ୍ରଧରପୁର, ୪ଟା ୫ ମିନିଟ୍‌ରେ ଟାଟାନଗର, ସଂଧ୍ୟା ୫ଟା ୫୮ ମିନିଟ୍‌ରେ ଖଡ଼ଗପୁର ଓ ରାତି ୭ଟା ୪୦ ମିନିଟ୍‌ରେ ହାୱଡାରେ ପହଞ୍ଚିବ। ଏହି ଟ୍ରେନ୍ ଦ୍ବାରା ସୁନ୍ଦରଗଡ଼, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗର ଯାତ୍ରୀଙ୍କ ସହ ବ୍ୟବସାୟୀମାନେ ବେଶ୍‌ ଉପକୃତ ହେବେ। ସୂଚନାଯୋଗ୍ୟ, ଗତ ୨୦୨୩ ସେପ୍ଟେମ୍ବର ୨୪ରେ ପୁରୀ-ରାଉରକେଲା ମଧ୍ୟରେ ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଚଳାଚଳ କରିଥିଲା। ଏହି ଟ୍ରେନ୍‌ ସପ୍ତାହର ଶନିବାର ବ୍ୟତୀତ ଅନ୍ୟ ୬ ଦିନ ଚଳାଚଳ କରୁଛି। ପୁରୀରୁ ସକାଳ ୫ଟାରେ ବାହାରି ରାଉରକେଲାରେ ଅପରାହ୍ନ ସାଢ଼େ ୧୨ଟାରେ ପହଞ୍ଚୁଛି। ରାଉରକେଲାରୁ ଅପରାହ୍ନ ୨ଟା ୧୦ ମିନିଟ୍‌ରେ ବାହାରି ପୁରୀରେ ରାତି ୯ଟା ୪୦ ମିନିଟ୍‌ରେ ପହଞ୍ଚୁଛି। ଦୀର୍ଘଦିନର ଦାବି ପରେ ବହୁ ପ୍ରତୀକ୍ଷିତ ଦ୍ବିତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍‌ ହାୱଡା-ରାଉରକେଲା ମଧ୍ୟରେ ଚାଲିବାକୁ ଯାଉଥିବାରୁ ସହରବାସୀଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି।

Leave A Reply

Your email address will not be published.